ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଆର୍ଥିକ ସାକ୍ଷରତା ବିଷୟରେ ସଚେତନତା ସଭା
ମାଲକାନଗିରି, ୮ ଜୁଲାଇ (ହି.ସ.)- ସ୍ଥାନୀୟ ବିବେକାନନ୍ଦ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏକ ଦିବସୀୟ ସଚେତନତା ସଭା ଅନୁଷ୍ଠିତ ହୋଇଛି l ଏହି ସଭାକୁ ସୁନୀଲ ସରକାର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର
ଷ୍ଟେଟ ବ୍ୟାଙ୍କ ତରଫରୁ ଆର୍ଥିକ ସାକ୍ଷ ରତା ବିଷୟରେ ସଚେତନ


ମାଲକାନଗିରି, ୮ ଜୁଲାଇ (ହି.ସ.)- ସ୍ଥାନୀୟ ବିବେକାନନ୍ଦ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏକ ଦିବସୀୟ ସଚେତନତା ସଭା ଅନୁଷ୍ଠିତ ହୋଇଛି l ଏହି ସଭାକୁ ସୁନୀଲ ସରକାର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ବ୍ୟାଙ୍କର ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ମୁଖ୍ୟବକ୍ତା ରୂପେ ଚକ୍ରଧର ନାୟକ, ଏଲ.ଡି.ଏମ୍, ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଲକାନଗିରି ଯୋଗଦାନ କରି ଅଟଳ ପେନସନ ଜୀବନ ଵୀମା ଏବଂ ପାଠ ପଢା ଋଣ ବିଷୟରେ ଆଲୋଚନା କରିଥିଲେ l ସମ୍ମାନୀତ ଅତିଥି ରୂପେ ଏଫ.ଏଲ.ସି ହରିନାଥ ପଣ୍ଡା ବ୍ୟାଙ୍କର କିପରି ଠକେଇରୁ ଦୁରେଇ ରହିବେ ସେ ବିଷୟରେ ଆଲୋଚନା କରିଥିଲେ l ଅଧ୍ୟକ୍ଷ ଡାନିଏଲ ସରକାର ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ୮୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦାନ କରି ବିଭିନ୍ନ ପ୍ରକାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ସବା ଶେଷରେ କେନାରାମ ସରକାର, ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ l ସଭା ପ୍ରାରମ୍ଭରେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande