ଜୟପୁର, ୮ ଜୁଲାଇ (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ନନ୍ଦଗୁଡା ଗ୍ରାମରେ ଦୀର୍ଘଦିନ ଧରି ଲୋ ଭୋଲଟେଜ ସମସ୍ୟାକୁ ଦୂର କରିବା ପାଇଁ ଆଜି ଟିପିଏସଓଡିଏଲ ନିର୍ବାହୀ ଯନ୍ତ୍ରୀକୁ ଦାବିପତ୍ର ପ୍ରଦାନ କରିଛନ୍ତି। ନନ୍ଦଗୁଡା ଅଂଚଳ ପ୍ରକୃତି ବିହାର ସାହି ବାସିନ୍ଦାଙ୍କ ଅଭିଯୋଗ ହେଲା କାଳିଆଗାଁ ପାୱାର ଗ୍ରୀଡରୁ ଯେଉଁ ବିଦ୍ୟୁତ ସପ୍ସଯୋଗ କରାଯାଇଛି ସେଥିରେ ଲୋ ଭୋଲଟେଜ କରେଂଟ ଆସୁଛି। ଯାହା ଫଳରେ ଦିନ ରାତି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଗ୍ରାମାଂଚଳ ବିଦ୍ୟୁତ ସେବା ନଯୋଗାଇ ସହାରାଂଚଳ ବିଦ୍ୟୁତ ସେବା ଯୋଗାଇବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଦାବି ପତ୍ର ପ୍ରଦାନ ସମୟରେ ସନ୍ତୋଷ କୁମାର ମହାପାତ୍ର, ଗୁପ୍ତ ପ୍ରସାଦ ଷଡଙ୍ଗୀ, ବୈକୁଣ୍ଠ ବେହେରାଙ୍କ ସମେତ ଅନ୍ୟ ସାହି ବାସିନ୍ଦା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି