ଭଦ୍ରକ, ୮ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଉତ୍କଳମଣି ନୋଡ଼ାଲ ଉଚ୍ଚ ବିଦ୍ୟାପିଠରେ ଶିକ୍ଷକ ଅଭାବକୁ ନେଇ ଗେଟରେ ଚାବି ପକାଇଲେ ଛାତ୍ର ଛାତ୍ରୀ ଓ ଅଭିଭାବକ। ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟ ରେ ଦୀର୍ଘଦିନ ହେବ ଗଣିତ ଓ ହିନ୍ଦୀ ଶିକ୍ଷକ ନାହାନ୍ତି, ୧୦ ବର୍ଷ ହେବ ସ୍ଥାୟୀ ପ୍ରଧାନ ଶିକ୍ଷକ ବି ନାହାନ୍ତି। ଏଣୁ ମଙ୍ଗଳବାର ଉକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ ଖୋଲିବା ପୂର୍ବରୁ ଗେଟରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ନେଇ ପ୍ରତିବାଦ ଓ ଦାବି କରିଥିଲେ। ସୁଚନା ଥାଉକି ଉକ୍ତ ବିଦ୍ୟାଳୟ ଟି ପୂରାତନ ବିଦ୍ୟାଳୟ ,୧୯୬୭ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ୬ ରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ସ୍କୁଲ୍ ଉପରେ ୩ ଟି ପଂଚାୟତର ଥିବା ଗ୍ରାମ ଓ ବିଜ୍ଞାପିତ ଅଂଚଳ ପରିଷଦର କିଛି ଗ୍ରାମର ଛାତ୍ର ଛାତ୍ରୀ ପାଠ ପଢିବାକୁ ନିର୍ଭର କରିଥାନ୍ତି। ଏହି ସ୍କୁଲରେ ଚଳିତ ବର୍ଷ ୧୮୦ ଜଣ ପିଲା ପାଠ ପଢୁଛନ୍ତି। ଏଥିଲାଗି ବିଭିନ୍ନ ବିଷୟ ଓ କ୍ରୀଡା କୁ ମିଶାଇ ୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଛନ୍ତି। ହେଲେ ଗଣିତ ଓ ହିନ୍ଦୀ ବିଷୟ ପାଇଁ ଶିକ୍ଷକ ନାହାନ୍ତି। ଗଣିତରେ ୨ ବର୍ଷ ପୂର୍ବେ ଶିକ୍ଷକ ଅବସର ଗ୍ରହଣ କରିଥିବା ବେଳେ ହିନ୍ଧୀ ବିଷୟ ପାଇଁ ୫ ବର୍ଷ ପୂର୍ବେ ଶିକ୍ଷକ ଅବସର ଗ୍ରହଣ କରିସାରିଛନ୍ତି। ସେହିପରି ୧୦ ବର୍ଷ ହେବ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି।ସେହି ପରି ଏବେ ଜିଏ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅଛନ୍ତି ତାଙ୍କର ମନ ମୁଖୀକାର୍ଯ୍ୟ ନେଇ ଶିକ୍ଷା ଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ମାନେ ଭଦ୍ରକ ଶିକ୍ଷାଧିକାରୀ ଙ୍କ ନିକଟରେ ବାରମ୍ୱାର ଅଭିଯୋଗ ପରେବି କୌଣସି ସମସ୍ୟା ର ସମାଧାନ ହୋଇ ପାରିଲା ନାହିଁ , ଏପରି କି ପ୍ରଧାନ ଶିକ୍ଷୟତ୍ରୀଙ୍କ ର କୌଣସି ଉଦ୍ୟମ ରହିଲା ନାହିଁ। ବାଧ୍ୟ ହୋଇ ସ୍କୁଲ ଗେଟରେ ଚାବି ପକାଇ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ମାନେ ୨ ରୁ ୩ ଘଂଟା ଗେଟ ଆଗରେ ଛିଡ଼ା ହୋଇ ରହିଥିଲେ। ଘଟଣା ସଂପର୍କରେ ଭଦ୍ରକ ଡିଇଓ ଖବର ପାଇବା ପରେ ଶିକ୍ଷକ ନିଯୁକ୍ତି ନେଇ ତତ୍ପରତା ଦେଖାଇଥିଲେ। ତତକ୍ଷଣାତ୍ ଜାହାଙ୍ଗୀର ଜନତା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ସୁରଜ ମହାପାତ୍ର ଙ୍କୁ ଡେପୁଟେଶନ ରେ ପଠାଇଥିଲେ। ସେ ସପ୍ତାହରେ ୪ ଦିନ ବନ୍ଧଟିଆ ଉତ୍କଳମଣି ନୋଡ଼ାଲ ଉଚ୍ଚ ବିଦ୍ୟାପିଠ ରେ ଶିକ୍ଷାଦାନ କରିବା ନେ଼ଇ ଚିଠି କରିଥିଲେ। ତାହା ସହ ସିଘ୍ର ଅନ୍ୟ ବିଷୟର ଶିକ୍ଷକ ଓ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ନେଇ ପ୍ରତିଶ୍ରୁତି ଦେଲା ପରେ ଚାବି ଖୋଲିଥିଲେ। ସେପଟେ ଚିଠି ମିଳିବା ପରେ ସୁରଜ ମହାପାତ୍ର ଆଜି ସ୍କୁଲରେ ଯୋଗଦେଇଛନ୍ତି। ଶିକ୍ଷକ ଅଭାବନେଇ ବାରମ୍ୱାର ଉଚ୍ଚ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରା ଯାଇଛି ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଉର୍ବଶୀ ସାମନ୍ତ କହିଛନ୍ତି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ