ଯୁବକ ନିଖୋଜ ନେଇ ଥାନାରେ ଅଭିଯୋଗ
କୋରେଇ, ୮ ଜୁଲାଇ(ହି.ସ.) - ପଶ୍ଚିମବଙ୍ଗ ରାଜ୍ୟର ଜଣେ ଯୁବକ ନିଖୋଜ ଥିବା ନେଇ ସେଠାକାର ଥାନାରେ ଅଭିଯୋଗ କରିଥିବା ବେଳେ ଉକ୍ତ ଯୁବକ ଜଣକ ପାଣିକୋଇଲି ଅଂଚଳରେ ବୁଲୁଥିବାର ଖବର ପାଇ ଯୁବକଙ୍କ ସମ୍ପର୍କୀୟ ମାନେ ପାଣିକୋଇଲି ଆସି ତାକୁ ନପାଇ ପୁଣି ଥାନାରେ ଏକ ନିଖୋଜ ଅଭିଯୋଗ ଦେଇଛନ୍ତି। ପ୍ରକାଶଯେ ପଶ୍ଚିମ
ଯୁବକ ନିଖୋଜ ନେଇ ଥାନାରେ ଅଭିଯୋଗ


କୋରେଇ, ୮ ଜୁଲାଇ(ହି.ସ.) - ପଶ୍ଚିମବଙ୍ଗ ରାଜ୍ୟର ଜଣେ ଯୁବକ ନିଖୋଜ ଥିବା ନେଇ ସେଠାକାର ଥାନାରେ ଅଭିଯୋଗ କରିଥିବା ବେଳେ ଉକ୍ତ ଯୁବକ ଜଣକ ପାଣିକୋଇଲି ଅଂଚଳରେ ବୁଲୁଥିବାର ଖବର ପାଇ ଯୁବକଙ୍କ ସମ୍ପର୍କୀୟ ମାନେ ପାଣିକୋଇଲି ଆସି ତାକୁ ନପାଇ ପୁଣି ଥାନାରେ ଏକ ନିଖୋଜ ଅଭିଯୋଗ ଦେଇଛନ୍ତି। ପ୍ରକାଶଯେ ପଶ୍ଚିମବଙ୍ଗ ରାଜ୍ୟର ଝାରଗ୍ରାମ ଜିଲ୍ଲା ଜାମୁବଣୀ ଥାନା ଅନ୍ତର୍ଗତ ଡ଼ାଇଚାକୁଣିଆ ଗ୍ରାମର ନନ୍ଦ କିଶୋର ମହନ୍ତଙ୍କ ପୁଅ ଅଭିଜିତ ଗତ ୪ ତାରିଖ ଠାରୁ ନିଖୋଜ ଥିଲେ। ଏ ନେଇ ଅଭିଜିତଙ୍କ ସମ୍ପର୍କୀୟ ମାନେ ନିକଟସ୍ଥ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ତେବେ ଉକ୍ତ ଯୁବକ ଜଣକ ପାଣିକୋଇଲି ଅଂଚଳରେ ବୁଲାବୁଲି କରୁଥିବାର ଖବର ପାଇ ଯୁବକଙ୍କର ସମ୍ପର୍କୀୟ ମାନେ ପାଣିକୋଇଲି ଆସି ତାକୁ ନ ପାଇବାରୁ ପୁଣି ଥରେ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି। ଯଦି କୈାଣସି ବ୍ୟକ୍ତି ଉକ୍ତ ଯୁବକଙ୍କ ସନ୍ଧାନ ପାଆନ୍ତି ତେବେ ପାଣିକୋଇଲି ଥାନା ୯୯୩୮୨୦୨୯୯୫ରେ ଜଣାଇବାକୁ ଥାନାଧିକାରୀ ରଂଜିତ ମହାନ୍ତି ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande