କେନ୍ଦ୍ରାପଡ଼ା, ୦୮ ଜୁଲାଇ(ହି.ସ.) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡା ଜିଲ୍ଲା ତରଫରୁ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବାହୁଡା଼ ଯାତ୍ରା ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ରଥ ଟାଣିବା ଏବଂ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଦର୍ଶନ ସମୟରେ, ୧୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତାଙ୍କୁ ନେଇ, କାର୍ଯ୍ୟକ୍ରମ, ଭିଡ ନିୟନ୍ତ୍ରଣ କରାଯିବା ସହିତ। ମାନବଶୃଙ୍ଖଳ କରିଡ଼ର ମାଧ୍ୟମରେ ରଥକୁ ରାସ୍ତା କଢାଇବା ଏବଂ ଟ୍ରାଫିକ ପରିଚାଳନା ମଧ୍ୟ କରାଯାଇଛି, ମାଧ୍ୟମରେ ସଫେଇ କାର୍ଯ୍ୟ ଓ ବୃକ୍ଷରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକର୍ମ ମଧ୍ୟ କରାଯାଇଥିଲା , ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସହ ସଂଯୋଜକ ଶଶି ପ୍ରସାଦ ମହାରଣା, ଜିଲ୍ଲା ସଂଯୋଜକ ଚିନ୍ମୟ ପ୍ରସାଦ ବାହାଲିଆ, ନଗର ସଭାପତି ତ୍ରିଲୋଚନ ବାରିକ, ଜିଲ୍ଲା ସହ ସଂଯୋଜକ ଅଭିଜିତ ସାମଲ , ପୂର୍ଣ୍ଣିମା ଜେନା ଏବଂ ପୂର୍ବତନ ବିଭାଗ ସହ ସଂଯୋଜକ ସତ୍ୟରଞ୍ଜନ ନାୟକ, ଏବଂ ବଳଦେବ ସେନା ସଭାପତି ପୂପୁନ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି