ପୁରୀ, 8 ଜୁଲାଇ (ହି.ସ.)
ଦୀର୍ଘ ଦିନ ବନ୍ଦ ରହିଲା ପରେ ପୁଣି ଥରେ ଖୋଲିଛି ଜିଲ୍ଲାପାଳଙ୍କ ଅଫିସ। ପବିତ୍ର ନୀଳାଦ୍ରି ବିଜେ ଦିନ ବ୍ୟସ୍ତତା ସତ୍ବେ କଲେକଟରିୟେଟ ରେ ଥିବା ନିଜସ୍ଵ କାର୍ଯ୍ୟାଳୟ ରେ ଯୋଗ ଦେଇ ଭେଟି ବାକୁ ଆସିଥିବା ଜନସାଧାରଣ,ସଂଗଠନ ଓ କର୍ମଚାରୀ ମାନଙ୍କ ସହିତ ପୁରୀ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ପୁରୀର ନୂତନ ଜିଲ୍ଲା ପାଳ ଚଞ୍ଚଳ ରାଣା।ଏହି ଅବସରରେ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଅଗ୍ରାଗିଧିକର ଭିତ୍ତିରେ ସାଧାରଣ ଲୋକଙ୍କ କଥା ବୁଝିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସୂଚନା ଯୋଗ୍ୟ ଯେ କେବଳ ଜନ ଶୁଣାଣି ଛଡ଼ା କଲେକ୍ଟରଙ୍କ ନିଜସ୍ଵ ବାସ ଭବନରେ ଅନ୍ୟ ସମସ୍ତ ଅଫିସ କାର୍ଯ୍ୟ ହେଉ ଥିଲା।ଯେଉଁ ଠାରେ ସାଧାରଣ ଲୋକୋ ସହଜରେ ଯାଇ ଆସି ପାରୁ ନଥିଲେ।ଦିର୍ଘ୍ ଦିନ ଧରି କଲେକ୍ଟରଙ୍କ ଅଫିସ ବନ୍ଦ ରହିଥିଲା ଏହା ନେଇ ଜନ ଅସନ୍ତୋଷ ରହିଥିଲା।ନୂତନ ଜିଲ୍ଲା ପାଳ ଭାବେ ଚଞ୍ଚଳ ରାଣା ପୁରୀ ଆସିବା ପରେ ନୀଳାଦ୍ରି ବିଜେ ଦିନ କଲେକ୍ଟରୀୟଟରେ ନିଜ ଅଫିସ ରେ କାର୍ଯ୍ୟ କରିବା ସହିତ ସାଧାରଣ ଲୋକଙ୍କ କଥା ଶୁଣିବା ଓ ଅଗ୍ରାଧିକାର ଭିତ୍ତିରେ ସମାଧାନ ପାଇଁ ପ୍ରାଥମିକତା ରହିବ ବୋଲି କହିଛନ୍ତି। ଦୀର୍ଘ ଦିନ ପରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପୁଣି ଖୋଲି ଥିବାରୁ ପୁରୀ ଜନ ସାଧାରଣ ଖୁସି ବ୍ୟକ୍ତକରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ