ରାହୁଲ ଗାନ୍ଧିଙ୍କ ଗସ୍ତ ପାଇଁ ସଂଯୋଜକ ନିଯୁକ୍ତ
ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖାର୍ଗେ, ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ କେ.ସି. ଭେଣୁଗୋପାଳଙ୍କ ଗସ୍ତ ସମୟରେ ''ସମ୍ବିଧାନ ବଞ୍ଚାଅ ସମାବେଶ'' ଏବଂ ଦଳର ଅନ୍ୟାନ୍ୟ ସା
ରାହୁଲ ଗାନ୍ଧିଙ୍କ ଗସ୍ତ     ପାଇଁ ସଂଯୋଜକ ନିଯୁକ୍ତ


ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ଏଆଇସିସି

ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖାର୍ଗେ, ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ

ସମ୍ପାଦକ (ସଂଗଠନ) ଶ୍ରୀ କେ.ସି. ଭେଣୁଗୋପାଳଙ୍କ ଗସ୍ତ ସମୟରେ 'ସମ୍ବିଧାନ ବଞ୍ଚାଅ ସମାବେଶ' ଏବଂ ଦଳର ଅନ୍ୟାନ୍ୟ

ସାଂଗଠନିକ କାର୍ଯ୍ୟକ୍ରମଗୁଡ଼ିକର ସୁଗମ ସମନ୍ୱୟ ପାଇଁ ସଂଯୋଜକମାନଙ୍କୁ ନିଯୁକ୍ତ କରାଯାଇଛି। କାର୍ଯ୍ୟକ୍ରମ

ସଂଗଠନ କମିଟି ପାଇଁ ଶ୍ରୀ ମାନସ ଚୌଧୁରୀଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ପ୍ରକାଶନ

କମିଟି ପାଇଁ ଶ୍ରୀ ନବଜ୍ୟୋତି ପଟ୍ଟନାୟକଙ୍କୁ ସଂଯୋଜକ ଓ ସାଂଗଠନିକ କମିଟି ବୈଠକ ପାଇଁ ଶ୍ରୀ

ଶୁଭେନ୍ଦୁ ମହାନ୍ତିଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande