ପୁରୀ, ୮ ଜୁଲାଇ (ହି.ସ.)- ଚଳିତ ରଥଯାତ୍ରା ସମୟରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ଉନ୍ନୟନ ଆୟୁକ୍ତଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି। ଚଳିତ ମାସ ୧୦ ତାରିଖ ଅପରାହ୍ନ ୩ଟା ପର ଠାରୁ ଆଗ୍ରହୀ ବ୍ୟକ୍ତି ଘଟଣା ସମ୍ପର୍କରେ ଆୟୁକ୍ତଙ୍କୁ ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ସାକ୍ଷାତ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ ଭିଡିଓ ଫୁଟେଜ ସହ ଥିଲେ ଚଳିତ ମାସ ୨୦ ତାରିଖ ସୁଦ୍ଧା ପୁରୀଟ୍ରାଜେଡ଼ିଡଟ୍ଏନକ୍ୱେଆରୀ ଆଟଦିରେଟ୍ଓଡ଼ିଶା ଡଟ୍ ଗଭ.ଇନ ଇ ମେଲ ଯୋଗେ ପଠାଇ ପାରିବେ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ୦୬୭୪-୨୫୩୬୮୮୨/୨୩୯୧୯୭୦ ରେ ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ