ଲମ୍ବା ଇନିଙ୍ଗିସ ଖେଳିବ ବିଜେପି ସରକାର, 2036ରେ ସମୃଦ୍ଧ ହେବ ଓଡ଼ିଶା - ମନମୋହନ ସାମଲ
ଭୁବନେଶ୍ୱର, 8 ଜୁଲାଇ (ହି.ସ.) - ଲମ୍ବା ଇନିଙ୍ଗିସ ଖେଳିବ ବିଜେପି ସରକାର । ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବିଜେପି ସରକାର 2036 ମସିହା ବି ଦେଖିବ, 2047 ମସିହା ବି ଦେଖିବ । ଲମ୍ବା ଇ
ଲମ୍ବା ଇନିଙ୍ଗିସ ଖେଳିବ ବିଜେପି ସରକାର, 2036ରେ ସମୃଦ୍ଧ ହେବ ଓଡ଼ିଶା - ମନମୋହନ ସାମଲ


ଭୁବନେଶ୍ୱର, 8 ଜୁଲାଇ (ହି.ସ.)

- ଲମ୍ବା ଇନିଙ୍ଗିସ ଖେଳିବ ବିଜେପି ସରକାର । ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବିଜେପି ସରକାର 2036 ମସିହା ବି

ଦେଖିବ, 2047 ମସିହା ବି ଦେଖିବ । ଲମ୍ବା

ଇନିଙ୍ଗିସ ଖେଳିବ ବିଜେପି ସରକାର । ବିଜେପିରେ ଜଣେ ଚା ବିକାଳୀ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ ।

ମନମୋହନ କହିଛନ୍ତି ଯେ, ସରକାର ଆସିବା ପୂର୍ବରୁ ଆମେ ଶୋଇବାନି କି କାହାକୁ ଶୋଇବାକୁ ଦେବା

ନାହିଁ । ଏବେ ସରକାର ଆସିବା ପରେ ବି ଆମେ ଶୋଇବାନି ବୋଲି କହି କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଛନ୍ତି

ମନମୋହନ । ଏବେ ଦାୟିତ୍ଵ ଛିଣ୍ଡି ନାହିଁ । ଦାୟିତ୍ଵ ବଢ଼ିଗଲା । ସବୁ ଗାଁ କୁ ଯିବା, ସମସ୍ତଙ୍କ ସହ ମିଶିବା, ଭଲ

ବ୍ୟବହାର କରିବା । ସମସ୍ତେ ମିଳିମିଶି ଏକ ହୋଇ କାମ କରିବାକୁ ଆହ୍ଵାନ ଦେଲେ ମନମୋହନ । ସାଧାରଣ

ଲୋକ ଏହି ସୁଯୋଗ ବିଜେପିକୁ ଦେଇଛନ୍ତି, ଏହାକୁ ହାତ ଛଡ଼ା କରିବା

ନାହିଁ ।

ସେ କହିଛନ୍ତି ଯେ, ଏ ଦାୟିତ୍ଵ ମନମୋହନ ସାମଲଙ୍କ ଦାୟିତ୍ଵ ନୁହେଁ । ଏ ଦାୟିତ୍ଵ ସବୁ

କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ଵ । ସରକାର ଗଢିଥିବା ସବୁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ

ମନମୋହନ । କାର୍ଯ୍ୟକର୍ତ୍ତା ପରିଶ୍ରମ କରିନଥିଲେ ବିଜେପି ସାଇନ୍ ବୋର୍ଡ ପାର୍ଟିରୁ ସରକାର ଯାଏଁ

ପହଞ୍ଚି ପାରିନଥିଲା । ବିଜେପିରେ ଜଣେ ଚା ବିକାଳୀ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ । ପୂର୍ବରୁ

ବିଜେପି ଗୋଟିଏ ଦଳ ଅସରପା ଗୋଟିଏ ଚଢ଼େଇ କରି ଉପହାସ କରାଯାଉଥିଲା । ନିଶ ଦାଢ଼ି ଉଠି ନଥିବା

ଦୁଇ ଚାରି ଜଣ ପିଲା ବିଜେପିରେ ବୁଲୁଛନ୍ତି ବୋଲି କୁହାଯାଉଥିଲା । 2036ରେ ସମୃଦ୍ଧ ଓଡ଼ିଶା ହେବ, 2047ରେ ବିକଶିତ ଭାରତ ହେବ । ଓଡ଼ିଶା ସବୁଠୁ ଅଧିକ ଅବଦାନକରିବ । ବିଜେପି ସରକାର ଆସିବା ଆଗରୁ ଯାହା କହିଥିଲା ଏବେ କରୁଛି । ବିଜେପି ସରକାର ହେବା

ଯୋଗୁଁ ଧାନ 3100 ଟଙ୍କା, ସୁଭଦ୍ରା ଯୋଜନା, 78 ହଜାର କିମି ରାସ୍ତା, ଆୟୁଷ୍ମାନ

ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ହୋଇପାରିଛି । ସରକାର ଆସିବା ପରେ ଦାୟିତ୍ଵ ବଢିଛି । ସରକାର

ଆସିବା ଯେତିକି କଷ୍ଟ ଥିଲା, ଏବେ ଲୋକଙ୍କ ଆଶା ପୂରଣ

କରିବାର ଦାୟିତ୍ଵ ବଢିଛି । ସ୍ବାଧୀନତାର 78 ବର୍ଷ ଭିତରେ ଓଡ଼ିଶାରେ ବହୁତ ସମସ୍ୟା ଅଛି । ସବୁ

ସମାଧାନ କରିବାକୁ ହେବ । ସରକାର ଆସିବା ପୂର୍ବରୁ ଆମେ ଶୋଇବାନି କି କାହାକୁ ଶୋଇବାକୁ ଦେବା

ନାହିଁ । ଏବେ ସରକାର ଆସିବା ପରେ ବି ଆମେ ଶୋଇବାନି ବୋଲି କହି କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଲେ

ମନମୋହନ । ଲୋକଙ୍କ ପାଇଁ କାମ କରିବା । ବିଜେପି ସରକାର 2036 ମସିହା ବି ଦେଖିବ, 2047 ମସିହା ବି ଦେଖିବ । ଲମ୍ବା ଇନିଙ୍ଗିସ ଖେଳିବ ବିଜେପି ସରକାର ।

ସମସ୍ତେ ମିଳିମିଶି ଏକ ହୋଇ କାମ କରିବାକୁ ଆହ୍ଵାନ ଦେଲେ ମନମୋହନ । ସାଧାରଣ ଲୋକ ଏହି ସୁଯୋଗ

ବିଜେପିକୁ ଦେଇଛନ୍ତି, ଏହାକୁ ହାତ ଛଡ଼ା କରିବା

ନାହିଁ । ଅସମ୍ଭବ ବୋଲି କିଛି ଅଭିଧାନ ନାହିଁ । ପରିଶ୍ରମ କଲେ ସବୁ ସମ୍ଭବ । ବିରୋଧୀଙ୍କୁ

ଟାର୍ଗେଟ କଲେ ମନମୋହନ ଯେଉଁମାନେ ଆମ ବିରୋଧରେ କହିଛନ୍ତି । ସେମାନେ କ୍ଷମତା ଛାଡ଼ି ବର୍ଷେ ରହି

ପାରୁନାହାନ୍ତି । ଏବେ ଦାୟିତ୍ଵ ଛିଣ୍ଡି ନାହିଁ । ଦାୟିତ୍ଵ ବଢ଼ିଗଲା । ସବୁ ଗାଁ କୁ ଯିବା, ସମସ୍ତଙ୍କ ସହ ମିଶିବା, ଭଲ

ବ୍ୟବହାର କରିବା । ଏ ଦାୟିତ୍ଵ ସମସ୍ତଙ୍କର, କେବଳ ମୋ ଦାୟିତ୍ଵ ନୁହେଁ ବୋଲି

ମନମୋହନ ସାମଲ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande