ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ଆଜି ବସିବ
ଇଷ୍ଟର୍ଣ୍ଣ ଜୋନ କାଉନସିଲ ବୈଠକ । ୨୭ତମ ସମୀକ୍ଷା ବୈଠକ ହେବ । କେନ୍ଦ୍ରମନ୍ତ୍ରୀଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଇଷ୍ଟର୍ଣ୍ଣ ଜୋନ କାଉନସିଲରେ ସଦସ୍ୟ ଭାବେ ଥିବାର
ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିନିଧି ମାନେ ହେବେ ସାମିଲ । ଏଥିରେ ଓଡ଼ିଶାର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ । ଅପରାହ୍ନରେ ବୈଠକ ଅନୁଷ୍ଠିତ ହେବାକୁ ଥିବା
ବେଳେ ଭର୍ଚୁଆଲରେ ଉପସ୍ଥିତ ରହିବେ ସିଏମ । ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ
ମୁଖ୍ୟମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା