ଯୋଡ଼ାକୁ ଘୋଡା ସରି ନୁହେଁ,  ମନମୋହନ ଚତୁର୍ଥ ଥର ସଭାପତି, ମୋହନ ଚତୁର୍ଥ ଥର ବିଧାୟକ- ମୋହନ ମାଝୀ
ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ନବ ନିର୍ବାଚିତ ରାଜ୍ୟ ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସେ କହିଛନ୍ତି ଯେ, ଯୋଡ଼ାକୁ ଘୋଡା ସରୀ ନୁହେଁ । ମନମୋହନ ସାମଲ ଚତୁର୍ଥ ସଭାପତି ହୋଇଛନ୍ତି । ମୋହନ ମାଝୀ ଚତୁର୍ଥ ଥର ବିଧାୟକ ହୋଇଛି ମ
ଯୋଡ଼ାକୁ ଘୋଡା ସରି ନୁହେଁ,  ମନମୋହନ     ଚତୁର୍ଥ ଥର ସଭାପତି, ମୋହନ ଚତୁର୍ଥ ଥର ବିଧାୟକ- ମୋହନ ମାଝୀ


ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ନବ ନିର୍ବାଚିତ ରାଜ୍ୟ ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସେ କହିଛନ୍ତି ଯେ, ଯୋଡ଼ାକୁ ଘୋଡା ସରୀ ନୁହେଁ । ମନମୋହନ

ସାମଲ ଚତୁର୍ଥ ସଭାପତି ହୋଇଛନ୍ତି । ମୋହନ ମାଝୀ ଚତୁର୍ଥ ଥର ବିଧାୟକ ହୋଇଛି ମୁଖ୍ୟମନ୍ତ୍ରୀ

ହୋଇଛନ୍ତି । ଏହି ଯୋଡାକୁ ଘୋଡା ସରି ନୁହେଁ । କେନ୍ଦ୍ରର 11 ରାଜ୍ୟର 1 ମିଶି 12 କିନ୍ତୁ ଏହା

ଆଗକୁ 111 ହେବ । ସଙ୍ଗଠନ ଓ ସରକାର ଗୋଟିଏ ମୁଦ୍ରାରେ ଦୁଇଟି ପାର୍ଶ୍ବ । ଏହି ଦୁଇ ପାର୍ଶ୍ଵ

ଆଜି ଗୋଟିଏ ହୋଇ କାମ କରିବାର ସଂକଳ୍ପ ନେଇଛନ୍ତି ।

ନବ ନିର୍ବାଚିତ ରାଜ୍ୟ ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

। ସେ କହିଛନ୍ତି ଯେ, ଆଜି ମହାପ୍ରଭୁ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ । ଏଭଳି ପବିତ୍ର ଶୁଭ

ଅବସରରେ ରାଜ୍ୟର ସଭାପତି ଭାବେ ମନମୋହନ ସାମଲ ଚତୁର୍ଥ ଥର ପାଇଁ ଦାୟିତ୍ଵ ନେଉଛନ୍ତି ।

ଯେତେବେଳେ ବିଜେପି ପାଇଁ ମନମୋହନ କାମ କରିଛନ୍ତି, ଦଳ

ପାଇଁ ଶୁଭ ସଙ୍କେତ ଆସିଛି । ମେଣ୍ଟ ସରକାର ସମୟରେ ନେତୃତ୍ବ ନେଉଥିଲେ ମନମୋହନ ସାମଲ । 2024 ରେ

ମଧ୍ୟ ମନମୋହନ ସାମଲଙ୍କ ନେତୃତ୍ୱରେ ଓଡ଼ିଆ ଲୋକଙ୍କ ସମର୍ଥନ ହାସଲ କରି ସରକାରକୁ ଆସିଲା ବିଜେପି

। ସମୟ ବଡ଼ ବଳବାନ । ଏଭଳି ଏକ ସମୟ ଆସିଲା, ବିଜେପି ଡବଲ ଇଞ୍ଜିନ

ସରକାର ଆସିଲା । ବିରୋଧୀ ମାନଙ୍କୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ, ସେମାନେ ଦେଖନ୍ତୁ ଆଜି ଡବଲ ଇଞ୍ଜିନ ସରକାର ଆସିଛି । ସେହି 2000

ମସିହାରେ ବିଜେପି ସରକାର ସରକାରକୁ ଆସିଥିଲା । ସେହି ମନମୋହନ ସାମଲଙ୍କ ନେତୃତ୍ୱରେ ଲୋକସେବା

ଭବନରେ ବିଜେପିର ଝଣ୍ଡା ଉଡ଼ିଲା । 21ରୁ 20 ସାଂସଦ ଜିତିଛନ୍ତି । ମନମୋହନ ସାମଲଙ୍କ ନେତୃତ୍ୱରେ

ଅସମ୍ଭବ ବି ସମ୍ଭବ ହୋଇଛି । ମନମୋହନଙ୍କ ନେତୃତ୍ୱରେ ହିଁ ସମୃଦ୍ଧ ଓଡିଶା ହେବ । ଛାତ୍ର

ରାଜନୀତିରୁ ପୋଷ୍ଟର ଲଗାଇବା ଠାରୁ ଆରମ୍ଭ କରି ମନ୍ତ୍ରୀ, ସଭାପତି, ସାଂସଦ ଭଳି ବିଭିନ୍ନ ପଦବୀରେ ରହିଛନ୍ତି । ବିଜେପିରେ ଚତୁର୍ଥ ଥର

ପାଇଁ ସଭାପତି ହୋଇ ଇତିହାସ ରଚିଛନ୍ତି ମନମୋହନ । 90 ଦଶକରେ ବିରୋଧୀ ବିଜେପିକୁ ସାଇନ୍ ବୋର୍ଡ

ପାର୍ଟି କହୁଥିଲେ । ବିଜେପିକୁ ଅପମାନ କରାଯାଉଥିଲା । ସରକାରକୁ ଗୋଟେ ବର୍ଷ ପୂରଣ ହୋଇଛି ।

ସଂକଳ୍ପ ପତ୍ର ପ୍ରତିଶ୍ରୁତି ଅନୁସାରେ ଅନେକ କାମ କରିଛି ବିଜେପି ସରକାର । କେନ୍ଦୁଝର ଜିଲ୍ଲା

ଆଦିବାସୀ ଗାଁ ରାଇକଳାରୁ ଆସିଥିବା ଆଦିବାସୀ ପୁଅକୁ ଆଜି ଏହି ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande