ଭୁବନେଶ୍ୱର, 8 ଜୁଲାଇ (ହି.ସ.)
- ମୁଣ୍ଡଳୀରେ
ଆଜି ସକାଳ 6 ଟା ରୁ 1.18 ଲକ୍ଷ କ୍ୟୁସେକ ପ୍ରବାହିତ ହେଉଛି । ଯାହା ଆଜି ସନ୍ଧ୍ୟା ସୁଦ୍ଧା
4.50ଲକ୍ଷ କ୍ୟୁସେକରେ ପହଂଚିବ । 9ଲକ୍ଷ କ୍ୟୁସେକ ହେଲେ ବନ୍ୟା ହେବ ବୋଲି ଜଳ ସଂପଦ ବିଭାଗ
ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢି କହିଛନ୍ତି । ହୀରାକୁଦର 20 ଗେଟ ଖୋଲାଯାଇଛି ।ବର୍ଷା
ଆସିଲେ, ପରବର୍ତୀ ପଦକ୍ଷେପ ନିଆଯିବ । ସୁବର୍ଣ୍ଣରେଖା
ରାଜଘାଟ ଠାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସତର୍କ ସଂକେତକୁ ଯିବ । ହେଲେ ତା ପରେ ଆଉ ବଢିବ
ନାହିଁ । କାରଣ ସେପଟ ଉପରମୁଣ୍ଡରେ 100 ଏମଏମ ବର୍ଷା ହୋଇଛି । ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରୁ
ବିଶେଷ ଜଳ ନିଷ୍କାସନ ହେଉନି । ବ୍ରାହ୍ମଣୀର ଦୁଇଟି ଗେଟରୁ ଜଳ ନିଷ୍କାସନ ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା