ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ଆଗାମୀ ଦିନରେ
ସୁନାବେଶରେ ଲାଗିବ ନୂଆ ଅଳଙ୍କାର ! ରତ୍ନଭଣ୍ଡାରରେ କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବ
ନାହିଁ। ସରକାର ଏ ନେଇ ବ୍ୟବସ୍ଥା କରିବେ। ଭକ୍ତ ମାନଙ୍କୁ ବି ସ୍ଵର୍ଣ୍ଣ ଦାନ ପାଇଁ ଅନୁରୋଧ
କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କିଛି ଅଳଙ୍କାର ପତଳା ହୋଇଗଲାଣି, କିଛି ଅଳଙ୍କାର ଦବି ଯାଇଛି ବୋଲି ସେବାୟତ
ଜଣାଇଛନ୍ତି। ନିକଟରେ ଛତିଶା ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଉ ଗୋଟେ ଅଳଙ୍କାର
ସେଟ୍ ପାଇଁ ଅନୁରୋଧ କରାଯାଇଥିଲା। ଠାକୁରଙ୍କ ଇଚ୍ଛା ଥିଲେ ହୋଇ ପାରିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା