ଭୁବନେଶ୍ୱର, 8 ଜୁଲାଇ (ହି.ସ.)
- ପୁରୀ ପାଇଁ
ସରକାରଙ୍କ ବଡ଼ ଯୋଜନା । ଚଳିତ ରଥଯାତ୍ରା ସମୟରେ ଲାକ୍ଷାଧିକ ଭକ୍ତଙ୍କ ସମାବେଶ ପରେ ଆସନ୍ତା
ବର୍ଷ ମାନଙ୍କ ପାଇଁ ବଡ଼ ପ୍ଲାନ କରୁଛନ୍ତି ରାଜ୍ୟ ସରକାର। ଏ ନେଇ ପୂର୍ତ୍ତ ତଥା ଆଇନ ମନ୍ତ୍ରୀ
କହିଛନ୍ତି ଚଳିତ ବର୍ଷ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । କିନ୍ତୁ ସରକାର ଆକଳନ କରିଛନ୍ତି
ଆସନ୍ତା ବର୍ଷ ମାନଙ୍କରେ ଏହି ସଂଖ୍ୟା ଆହୁରି ବଢିବ । ଯାହାକୁ ଦୃଷ୍ଟି ରେ ରଖି ୨୫ ଲକ୍ଷ ଭକ୍ତ
ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି । ଆସନ୍ତା ୨୦
ବର୍ଷ କୁ ଆଖି ଆଗରେ ରଖି ଏହି ରୁପ ରେଖ ପ୍ରସ୍ତୁତ କରାଯାଉଛି । ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପାର୍କିଂ,
ରାସ୍ତା ପ୍ରସ୍ତତିକରଣ ସହ ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା