ଶ୍ରୀଗୁଣ୍ଡିଚା ମନ୍ଦିର ଦଳାଚକଟାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଘଟଣା
ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର ଭୁବନେଶ୍ୱର, ୦୮ ଜୁଲାଇ (ହି.ସ.)- ପୁରୀ ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର୍ ଅନୁ ଗର୍ଗ। ଆସନ୍ତାକାଲି (ବୁଧବାର) ଭୁବନେଶ୍ୱର ରାଜ୍ୟ ଅତିଥିଭବନରେ ଏବଂ ପୁରୀ ସ୍ପେଶାଲ ସର୍କିଟ୍ ହା
ଶ୍ରୀଗୁଣ୍ଡିଚା ମନ୍ଦିର ଦଳାଚକଟାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଘଟଣା


ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର

ଭୁବନେଶ୍ୱର, ୦୮ ଜୁଲାଇ (ହି.ସ.)- ପୁରୀ ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର୍ ଅନୁ ଗର୍ଗ। ଆସନ୍ତାକାଲି (ବୁଧବାର) ଭୁବନେଶ୍ୱର ରାଜ୍ୟ ଅତିଥିଭବନରେ ଏବଂ ପୁରୀ ସ୍ପେଶାଲ ସର୍କିଟ୍ ହାଉସ୍ ରେ ଅପରାହ୍ନ ୩ରୁ ସାକ୍ଷାତ କରି ଆଗ୍ରହୀ ବ୍ୟକ୍ତି ଘଟଣା ସମ୍ପର୍କରେ ସୂଚନା ଦେଇପାରିବେ। ସେହିପରି ସୂଚନା କିମ୍ବା ତଥ୍ୟ ଦେବାକୁ ମେଲ୍ ଆଇଡି ଓ ଟେଲିଫୋନ୍ ନଂ ଜାରି କରିଛନ୍ତି ସରକାର।

ଗତ ଜୁନ୍ ୨୯ ତାରିଖରେ ପୁରୀର ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଯୋଗୁଁ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି । ଏ ସଂପର୍କରେ ରାଜ୍ୟ ଯୋଜନା ଓ ସଂଯାଜନ ବିଭାଗ ତରଫରୁ ଗତ ଜୁଲାଇ ୩ ତାରିଖରେ ଜାରି କରାଯାଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତି ପରବର୍ତୀ ତାରିଖମାନଙ୍କରେ ବିଭିନ୍ନ ସଂବାଦ ପତ୍ରରେ ପ୍ରକାଶ କରାଯାଇଛି । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା, ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ( ଭିଡିଓ ଫୁଟେଜ୍ ସହିତ) ଥିଲେ, ତାହାକୁ ଆସନ୍ତା ୨୦ ତାରିଖ ସୁଦ୍ଧା ପୁରୀଟ୍ରାଜେଡି. ଇନକ୍ୱାରୀ ଆଟ୍ ଦି ରେଟ୍ ଓଡ଼ିଶା.ଜିଓଭି.ଇନ୍ ଇ-ମେଲ ଯୋଗେ ପଠାଇବାକୁ ଅନୁରୋଧ କରାଯାଇଛି । ଉପରୋକ୍ତ ବ୍ୟବସ୍ଥା ବ୍ୟତୀତ, ଆଗ୍ରହୀ ବ୍ୟକ୍ତିମାନେ ଆସନ୍ତାକାଲି ଅପରାହ୍ଣ ୩ ଘଟିକା ସମୟ ପରଠାରୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନ- ଆନେକ୍ସ ଏବଂ ଜୁଲାଇ ୧୦ ତାରିଖ ଅପରାହ୍ଣ ୩ ଘଟିକା ପରଠାରୁ ସ୍ୱତନ୍ତ୍ର ପ୍ରଦକ୍ଷିଣ ଭବନ (ସ୍ପେଶାଲ ସର୍କିଟ୍ ହାଉସ୍‌), ପୁରୀ ଠାରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ମଧ୍ୟ ଏ ସଂପର୍କରେ ତଥ୍ୟ ରଖିପାରିବେ । ସେହିପରି ଏ ସଂପର୍କିତ ଅଧିକ ସୂଚନା ପାଇଁ ଟେଲିଫୋନ୍ ନମ୍ବର-୦୬୭୪-୨୫୩୬୮୮୨/୨୩୯୧୯୭୦ (ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟ) ରେ ଯୋଗାଯୋଗ କରାଯାଇପାରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande