ରାଜସ୍ଥାନର ପୂର୍ବ ଭାଗରେ ପ୍ରବଳ ବର୍ଷର ଆଲର୍ଟ, 6ଜିଲ୍ଲାକୁ ଅରେଂଜ ଆଲର୍ଟ
ଜୟପୁର, 8 ଜୁଲାଇ (ହି.ସ.) - ରାଜସ୍ଥାନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ଅବସ୍ଥାରେ ଅଛି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ବର୍ଷା ଠାରୁ ୧୨୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର, ଜୟପୁର ରିପୋର୍ଟ ଅନୁସାରେ, ବର୍ତ୍ତମାନ ଗଙ୍ଗୀୟ ପ
ରାଜସ୍ଥାନର ପୂର୍ବ ଭାଗରେ     ପ୍ରବଳ ବର୍ଷର ଆଲର୍ଟ, 6ଜିଲ୍ଲାକୁ ଅରେଂଜ ଆଲର୍ଟ


ଜୟପୁର, 8 ଜୁଲାଇ (ହି.ସ.)

- ରାଜସ୍ଥାନରେ

ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ଅବସ୍ଥାରେ ଅଛି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ

ବର୍ଷା ଠାରୁ ୧୨୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି।

ପାଣିପାଗ ବିଜ୍ଞାନ କେନ୍ଦ୍ର, ଜୟପୁର ରିପୋର୍ଟ ଅନୁସାରେ, ବର୍ତ୍ତମାନ ଗଙ୍ଗୀୟ ପଶ୍ଚିମ

ବଙ୍ଗ ଅଞ୍ଚଳରେ ଥିବା ଏକ କମ୍ ଚାପ ମଣ୍ଡଳ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଉତ୍ତର–ପଶ୍ଚିମ ଦିଗକୁ ବଢ଼ିବ।

ଏହି ପ୍ରଣାଳୀର ପ୍ରଭାବରୁ ମନସୁନ୍

ଟ୍ରଫ୍ ଲାଇନ୍ ଆଜି ଶ୍ରୀଗଙ୍ଗାନଗର ମାଧ୍ୟମରେ ଯାଉଛି, ଯାହାର ଫଳରେ ପୂର୍ବ

ରାଜସ୍ଥାନରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ମୌସୁମୀ କାର୍ଯ୍ୟକଳାପ ଅଧିକ ତୀବ୍ର ହେବ।

ପାଣିପାଗ ବିଭାଗ କହିଛି ଯେ, ଏହି ପ୍ରଣାଳୀର ପ୍ରଭାବରୁ ଭରତପୁର୍, ଜୟପୁର୍, କୋଟା ଓ ଉଦୟପୁର୍ ସଂଭାଗରେ ୮ ରୁ ୧୦ ଜୁଲାଇ ମଧ୍ୟରେ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ

ବର୍ଷା ହେବାର ସମ୍ଭାବନା ଅଛି। ବିଶେଷକରି ୯ ଜୁଲାଇ ଦିନ କୋଟା ସଂଭାଗର କିଛି ସ୍ଥାନରେ ଅତ୍ୟନ୍ତ

ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହି ପରିସ୍ଥିତିକୁ ଦେଖି ବିଭାଗ ରାଜ୍ୟର ଛଅଟି

ଜିଲ୍ଲାରେ ଅରେଞ୍ଜ ଅଲର୍ଟ ଓ ୨୪ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି।

ରାଜ୍ୟର ପଶ୍ଚିମ ଅଞ୍ଚଳରେ

ବର୍ଷାର ତୀବ୍ରତା ତୁଳନାମୂଳକ ଭାବେ କମ୍ ରହିବ। ଜୋଧପୁର ସଂଭାଗର ଅଧିକାଂଶ ଅଞ୍ଚଳରେ ଆଗାମୀ ୩

ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଗତିବିଧି କମ ରହିବ । ବିକାନେର ସଂଭାଗର କିଛି ଅଞ୍ଚଳରେ ହାଲୁକାରୁ

ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande