ଆଜି ରସଗୋଲା ଦିବସ
ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ଆଜି ପାଳନ ହେଉଛି ରସଗୋଲା ଦିବସ। ରଥଯାତ୍ରା ଯେବେଠୁ ରସଗୋଲା ସେବେଠୁ ବୋଲି ରହିଛି ମାନ୍ୟତା। ଯେହେତୁ ମା ଲକ୍ଷ୍ମୀ ସାନ୍ତାନିଙ୍କ ମାନ ଭଞ୍ଜନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ଦିଅନ୍ତି। ସେହି ପରମ୍ପରାକୁ ପାଥେୟ କରି ଆଜି ନିଳାଦ
ଆଜି ରସଗୋଲା ଦିବସ


ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ଆଜି ପାଳନ

ହେଉଛି ରସଗୋଲା ଦିବସ। ରଥଯାତ୍ରା ଯେବେଠୁ ରସଗୋଲା ସେବେଠୁ ବୋଲି ରହିଛି ମାନ୍ୟତା। ଯେହେତୁ ମା

ଲକ୍ଷ୍ମୀ ସାନ୍ତାନିଙ୍କ ମାନ ଭଞ୍ଜନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ଦିଅନ୍ତି। ସେହି

ପରମ୍ପରାକୁ ପାଥେୟ କରି ଆଜି ନିଳାଦ୍ରୀବିଜେରେ ଚାଲିଛି ରସଗୋଲା ଦିବସ। ପାହାଳ ପ୍ରସିଦ୍ଧ ରସଗୋଲା

ଦୋକାନ ଗୁଡିକରେ ମଧ୍ୟ ପ୍ରତିଦିନ ପରି ଭିଡ଼ ରହିଛି। ସୁଆଦିଆ, ମନ ଲୋଭା ମିଠା ରେ ସମସ୍ତଙ୍କ ମନ ଭରେ। ପରମ୍ପରା

ଅନୁଯାୟୀ ଏମିତି ବି ଓଡ଼ିଆ ଘରେ ମିଠାର ପସାରା ସବୁ ଦିନିଆ ଭଳି ଆଜି କେଜି କେଜି ରସଗୋଲା

ନେଉଛନ୍ତି ଲୋକେ। ସୁନ୍ଦରିଆ ପାତ୍ରରେ ରସଗୋଲା ନେଇ ଲୋକେ ବଜାୟ ରଖିଛନ୍ତି ପରମ୍ପରା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande