ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ସରିଲା ରତ୍ନଭଣ୍ଡାର ମରାମତି। ଅଗଷ୍ଟରେ ହେବ ଗଣତି
ମଣତି। ଅଗଷ୍ଟ ମାସରେ ଗଣତି ମଣତି ହେବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ
ପୃଥ୍ୱୀରାଜ ହରିଚନ୍ଦନ। ଉଚ୍ଚସ୍ତରୀୟ କମିଟି ବୈଠକରେ ହେବ ଚୁଡାନ୍ତ ନିଷ୍ପତି। ଦୁଇ ଜଣ
ଏକ୍ସପର୍ଟ ଦେବାକୁ ଆରବିଆଇକୁ ଚିଠି ଲେଖାଯିବ। ଯେଉଁ ମାନେ ସୋମନାଥ ମନ୍ଦିର ଓ ବିଭିନ୍ନ ବଡ
ମନ୍ଦିରରେ ଅଳଙ୍କାର ଗଣତିରେ ସେମାନଙ୍କର ଅଭିଜ୍ଞତା ଥିବ। ରତ୍ନ ଅଳଙ୍କାର ରଖିବା ପାଈଁ ନୂଆ
ସିନ୍ଦୁକ୍ ପ୍ରସ୍ତୁତ କରାଯାଇଛି। ଅଭିଜ୍ଞ ବଣିଆ ଚିହ୍ନଟ କରାଯିବ। ରତ୍ନଭଣ୍ଡାର ମରାମତି ପରେ
ଶତାଧିକ ବର୍ଷ ସ୍ଥାୟୀତ୍ବ ରହିବ। ରତ୍ନଭଣ୍ଡାର ମରାମତି ପରେ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ
ହସ୍ତାନ୍ତର କରି ସାରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା