ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ମନମୋହନ
ସାମଲ ପୁଣି ଥରେ ବିଜେପି ରାଜ୍ୟ ସଭାପତି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ
ସମ୍ବିତ ପାତ୍ର । ସେ କହିଛନ୍ତି ଯେ, ରାଜ୍ୟରେ ଟ୍ରିପଲ ଏମ ସରକାର ଚାଲିଛି । ମୋଦି,ମୋହନ ଓ ମନମୋହନ ସରକାର । ବଡ ବଳିଦାନ ଦଳ ପାଇଁ
ଦେଇଛନ୍ତି ମନମୋହନ ସାମଲ । ନିଜ ଚାନ୍ଦବାଲି ଆସନକୁ ବଳିଦାନ ଦେଇଥିଲେ । କେନ୍ଦ୍ରୀୟ ନେତୃତ୍ବ
ଯେତେବେଳେ କହିଲେ ତୁମେ ବି ତୁମ ଆସନ ଦେଖ, ସେତେବେଳେ ସେ କହିଥିଲେ
ମୋତେ ପୁରା ଓଡ଼ିଶା ଜିତିବାର ଅଛି । ରାଜ୍ୟରେ ସରକାର ଆସିବା ଦରକାର, ଓଡ଼ିଶାବାସୀଙ୍କ
ସେବା କରିବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା