ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
ଧର୍ମଶାଳା, ୮ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁରସ୍ଥିତ ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଇକୋ କ୍ଲବ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କ୍ଲବର ସଂଚାଳକ ଶିକ୍ଷୟିତ୍ରୀ ସାୟଦା ଅମ୍ବାରିନ କାଦ୍ରୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ବିଭିନ୍ନ କି
ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ


ଧର୍ମଶାଳା, ୮ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁରସ୍ଥିତ ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଇକୋ କ୍ଲବ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କ୍ଲବର ସଂଚାଳକ ଶିକ୍ଷୟିତ୍ରୀ ସାୟଦା ଅମ୍ବାରିନ କାଦ୍ରୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ବିଭିନ୍ନ କିସମର ଚାରା ବଉଳ, କଦମ, ଅଶୋକ,କାମିନୀ, ଚମ୍ପା ସହିତ ସୋନ୍ଦର୍ଯ୍ୟ ନିମନ୍ତେ କିଛି ଫୁଲ ଚାରା ଚାରାରୋପଣ କରିଥିଲେ । ଏଥିସହ ଲଗାଯାଇଥିବା ଚାରାର ସୁରକ୍ଷା ନିମନ୍ତେ ଶପଥ ପାଠ କରାଯାଇଥିଲା । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବନ ମହୋତ୍ସବ ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅଭୟ କୁମାର ମହାପାତ୍ର ପରିଚାଳନା କରିଥିଲେ। ପରେ ପ୍ରଧାନ ଶିକ୍ଷକ ହରିହର ରଥଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଦ୍ୟାଳୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ବନ ମହୋତ୍ସବ ସଫଳ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande