ମାଲକାନଗିରି, ୯ ଜୁଲାଇ (ହି.ସ.) - ମାଲକାନଗିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବୁଟିଗୁଡା ଠାରେ ମାଲକାନଗିରି ସବୁଜବାହିନୀ ତରଫରୁ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଖଣ୍ଡପାଣିଙ୍କ ଅଧକ୍ଷତାରେ ଆଜି ଅନୁଷ୍ଠିତ ହୋଇଅଛି ଓ ଏହି କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଯୋଗଦାନ କରି ଗଛ ଆମ ପାଇଁ କିପରି ବଂଚିବାପାଇଁ ସାହାଯ୍ୟ କରେ ତା ବିଷୟରେ ଆଲୋକପାତ କରିଥିଲେ ଓ, ମୁଖ୍ୟ ବକ୍ତା ରୂପେ ମାଲକାନଗିରି ମହାବିଦ୍ୟାଳୟ ସବୁଜବାହିନୀ ଅଧିକାରୀ ଡ଼.ରଞ୍ଜନ କୁମାର ସ୍ୱାଇଁ ଗଛ, ଜଳ ଓ ମାଟି କିପରି ଅଙ୍ଗାଅଙ୍ଗି ଭାବେ ଜଡିତ ତାହା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ଓ ସଂମ୍ମାନିତ ଅତିଥି ରୂପେ ମାଷ୍ଟର ଟ୍ରେନର ସବୁଜବାହିନୀ ଦୁର?୍େୟ୍ୟାଧନ ପାତ୍ର ପ୍ରତ୍ୟେକ ଛାତ୍ର ଛାତ୍ରଙ୍କୁ ଗଛ ଲଗାଇବା ସହ ତାହାର ଯତ୍ନନେବା ପାଇଁ ପରାମର୍ଶ ଦେଇଥିଲେ ଓ ସଂମ୍ମାନିତ ଅତିଥି ରୂପରେ ଗୋଷ୍ଟି ଶିକ୍ଷା ଅଧିକାରୀ ମାଲକାନଗିରି ରବୀନ୍ଦ୍ର ନାଥ ଧର ଗଛଟିଏ ପିଲାଟିଏ ଉବାଚ ଦେଇ ପିଲାମାନଙ୍କୁ ଘର ର ପ୍ରତ୍ୟେକ ସଦସ୍ୟମାନଙ୍କୁ ଉପଦେଶ ଦେଇଥିଲେ ଓ ଗୌରାଙ୍ଗ ସଜ୍ଜନ ଏବି ଓ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ଓ ଏହା ସହିତ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଗୌରୀ କୋପେ ମଧ୍ୟ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତି ରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୟଳନ କରିଥିଲେ ଓ ସହକାରୀ ଶିକ୍ଷକ ଲଡ଼ୁ କିଶୋର ବେହେରା ଓ ସହ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ସାହୁ, ଅଭିସ୍ପା ତରାଇ ସହ ଅନ୍ୟାନ ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହାୟକ ହୋଇଥିଲେ ଓ ଏହି ଅବସରରେ ଅଳା, ଆମ୍ବ, ପଣସ, ଗଙ୍ଗଶିଉଳି ଅନ୍ୟାନ ଔଷଧୀୟ ଗଛ ସମେତ ପ୍ରାୟ ଦୁଇଶହରୁ ଅଧିକ ଗଛ ବୃକ୍ଷ ରୋପଣ କରିଥିଲେ ଓ ଶେଷରେ ଶିକ୍ଷୟତ୍ରୀ ମମତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ