ତିହିଡ଼ି ତହସିଲରେ ଓଡ଼ିଶା ରାଜସ୍ୱ ଅମଲା ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଭଦ୍ରକ, ୯ ଜୁଲାଇ (ହି.ସ.) - ଓଡ଼ିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ୧୦ଦଫା ଦାବି ନେଇ କଳା ବ୍ୟାଜ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ତିହିଡ଼ି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରଚ ଅମଲାମାନେ କଳାବ୍ୟାଜ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅମଲାମାନେ ଅ
AMALA SANGHA KARYA BAND ANDOLAN


ଭଦ୍ରକ, ୯ ଜୁଲାଇ (ହି.ସ.) - ଓଡ଼ିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ୧୦ଦଫା ଦାବି ନେଇ କଳା ବ୍ୟାଜ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ତିହିଡ଼ି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରଚ ଅମଲାମାନେ କଳାବ୍ୟାଜ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅମଲାମାନେ ଅତିରିକ୍ତ ତହସିଲଦାର ନମିତା ଧଳଙ୍କୁ ଦାବିପତ୍ର ଦେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନରେ ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ବୁଦ୍ଧିରାମ ଟୁଡୁ, ବରିଷ୍ଠ କିରାଣି ବାସୁଦେବ ସ, ଆକ୍ରାମ ଅଲ୍ଲୀ ଖାନ, ମୁକ୍ତିକାନ୍ତ ମଲିକ, ରୀତାରାଣୀ ସିଂ, କନିଷ୍ଠ କିରାଣି ମାନସ ରଂଜନ ସାହୁ ଓ ଯମୁନା ମୁର୍ମୁ ପ୍ରମୁଖ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande