ଭଦ୍ରକରେ ଭାରତ ବନ୍ଦ ସଫଳ, କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଧର୍ମଘଟ, ୮ ଘଂଟା ରାଜପଥ ଜାମ୍
ଭଦ୍ରକ, ୯ ଜୁଲାଇ (ହି.ସ.) - ୧୦ଟି କେନ୍ଦ୍ରୀୟ ସଂଗଠନ ମିଳିତ ମଂଚ ପକ୍ଷରୁ ଆଜି ଦେଶବ୍ୟାପୀ ଧର୍ମଘଟ ଓ ବନ୍ଦ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକରେ ମଧ୍ୟ ଧର୍ମଘଟ ଓ ବନ୍ଦ ପାଳନ କରାଯାଇଥିଲା। ଏହି ବଂଦ ପରିପ୍ରେକ୍ଷୀରେ ଭଦ୍ରକ ରେଳ ଷ୍ଟେସନ, ବନ୍ତ ଛକ, ଜାତୀୟ ରାଜପଥ, ଭଦ୍ରକ ସହର, ଭଦ୍ରକ କୋର
BHADRAK RE BHARAT BANDH SAFALA


ଭଦ୍ରକ, ୯ ଜୁଲାଇ (ହି.ସ.) - ୧୦ଟି କେନ୍ଦ୍ରୀୟ ସଂଗଠନ ମିଳିତ ମଂଚ ପକ୍ଷରୁ ଆଜି ଦେଶବ୍ୟାପୀ ଧର୍ମଘଟ ଓ ବନ୍ଦ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକରେ ମଧ୍ୟ ଧର୍ମଘଟ ଓ ବନ୍ଦ ପାଳନ କରାଯାଇଥିଲା। ଏହି ବଂଦ ପରିପ୍ରେକ୍ଷୀରେ ଭଦ୍ରକ ରେଳ ଷ୍ଟେସନ, ବନ୍ତ ଛକ, ଜାତୀୟ ରାଜପଥ, ଭଦ୍ରକ ସହର, ଭଦ୍ରକ କୋର୍ଟ, ଭଦ୍ରକ ମହାବିଦ୍ୟାଳୟ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଂଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । କେନ୍ଦ୍ର ସରକାରର ଶ୍ରମିକ ମାରଣ ନୀତିକୁ ବିରୋଧ କରାଯିବା ସହି ୧୮ ଦଫା ଦାବି ନେଇ ଏହି ଧର୍ମଘଟ କରାଯାଇଥିଲା। କେନ୍ଦ୍ର ସରକାର ଅତୀତର ଶ୍ରମ ଆଇନକୁ ରଦ୍ଦ କରି ନୂତନ ଭାବେ ୪ଟି ଶ୍ରମକୋର୍ଡ଼ ପ୍ରସ୍ତୁତ କରୁଥିବା ଅଭିଯୋଗ ନେତୃମଣ୍ଡଳୀ ଧର୍ମଘଟ ସମୟରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ପ୍ରକାଶ କରିଥିଲେ। ବିଶେଷ କରି ପ୍ରସ୍ତାବିତ ୪ଟି ଶ୍ରମକୋର୍ଡ଼ ଲାଗୁ ନକରିବା, ଆଖିବୁଜା ଘରୋଇକରଣ ଓ ନିଗମିକରଣ ବନ୍ଦ କରିବା, ସ୍ମାର୍ଟ ବିଜୁଳି ମିଟର ଲଗାଇବା ବନ୍ଦ କରିବା, ଘୋଷଣା ହୋଇଥିବା ସର୍ବନିମ୍ନ ମଜୁରୀ ଓ ଶ୍ରମ ଆଇନକୁ ଦୃଢ଼ତାର ସହିତ ଲାଗୁ କରି ମାସିକ ସର୍ବନିମ୍ନ ମଜୁରୀ ୨୬ ହାଜର ଟଙ୍କା ସାଙ୍ଗକୁ ଡିଏ ଏବଂ ପେନ୍‌ସନ୍ ମାସିକ ୧୫ ହଜାର ପ୍ରଦାନ, ଏନ୍‌ପିଏସ୍ ଏବଂ ୟୁପିଏସ୍‌କୁ ରଦ୍ଦ କରି ଓପିଏସ୍‌କୁ ଲାଗୁ କରିବା, ସ୍କିମ ଶ୍ରମକିଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ନିର୍ମାଣ ଓ ବିଡ଼ି ଶ୍ରମିକ କଲ୍ୟାଣବୋର୍ଡ଼ ରଦ୍ଦ ପ୍ରସ୍ତାବ ପ୍ରତ୍ୟାହାର, ଆଉଟସୋର୍ସିଂ ବନ୍ଦ କରି ସ୍ତାୟୀ ନିଯୁକ୍ତ ପ୍ରଦାନ, ମନରେଗାରେ କାର୍ଯ୍ୟଦିବସ ସର୍ବନିମ୍ନ ୨୦୦ ଦିନ କରାଯିବା ସହିତ ଦୈନିକ ମଜୁରି ୬ଶହ ଟଙ୍କା କରିବା, ପ୍ରବାସୀ ଶ୍ରମିକ ଆଇନକୁ ଲାଗୁ କରିବା, ରୁଗ୍‌ଣ ହୋଇ ପଡ଼ିଥିବା କାରଖାନା ପୁନଃ ଚାଲୁ କରିବା, ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦ ତୁରନ୍ତ ପୂରଣ କରିବା, ଉତ୍ପାଦିତ କୃଷି ସାମଗ୍ରୀର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ସମସ୍ତ ଅସଂଗଠିତ ଶ୍ରମିକଙ୍କୁ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ବିପିଏଲ୍ ବର୍ଗରେ ସାମିଲ କରିବା, ମହିଳା ଶ୍ରମିକଙ୍କୁ ସମାନ କାମରେ ସମାନ ଦରମା ଓ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ବନ୍ଦ କରିବା ଦିଗରେ କଡ଼ା ଆଇନ ପ୍ରଣୟନ କରିବା, ମୁଣ୍ଡରେ ମଇଲା ଉଠାଇବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା, ତିନୋଟଇ ଅପରାଧିକ ଆଇନ (ବିଏନ୍‌ଏସ୍‌୍‌) ସମତେ କଳା ଆଇନକୁ ରଦ୍ଦ କରିବା, ବିଭାଜନକାରୀ ୱାକଫ୍ ବୋର୍ଡ଼ ଆଇନ୍‌କୁ ରଦ୍ଦ କରିବା ଭଳି ବହୁ ଦାବି ଉପସ୍ଥାପନ କରାଯାଇଥିଲା। ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସ, ଏଲ୍‌ପିଏଫ୍‌, ସେୱା, ୟୁଟିୟୁସି ଓ ସ୍ୱାଧୀନ ଫେଡେରେସନ୍ ସଂଗଠନର ମିଳିତ ଧର୍ମଘଟ ଡାକରାରେ ଭଦ୍ରକର ଏଆଇସିସିଟିୟୁ ଜିଲ୍ଲା ସଭାପତି ସମର ବଳ, ନାରୀନେତ୍ରୀ ଜୟନ୍ତୀ ବିଶ୍ୱାଳ, ଅଖିଳ ଭାରତ ପ୍ରଗତିଶୀଳ ମହିଳା ସମିତିର ଜିଲ୍ଳା ସମ୍ପାଦିକା ଗାୟତ୍ରୀ ବେହେରା, ନାରୀନେତ୍ରୀ ରଞ୍ଜିତା ପଣ୍ଡା, ମାନସୀ ଖଟୁଆ, ସରସ୍ୱତୀ ଜେନା, ଲକ୍ଷ୍ମୀପ୍ରିୟା ରାଉତ, ଝିଲିରାଣୀ ବେହେରା, ଶ୍ରମିକନେତା ଡମ୍ବରୁଧର ପଣ୍ଡା, ଉତମ ଗୋଚ୍ଛାୟତ, ଯତୀନ୍ଦ୍ର ମଲ୍ଲିକ, ଚନ୍ଦନ ସେଠୀ, ଶରତ ପଣ୍ଡା, ଗୋପୀମୋହନ ନାଥ, ରାଜେନ୍ଦ୍ର ତରାଇ, ହେମଲତା ପାଣିଗ୍ରାହୀ, ସାବିତ୍ରୀ ଦାସ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଭଦ୍ରକ ସଦରମହକୁମାରେ ହୋଇଥିବା ଏହି ବଂଦ ଆନ୍ଦୋଳନରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ଗିରିଧାରୀ ନାଥ , ଏଆଇଟିୟୁସି ରାଜ୍ୟ ଯୁଗ୍ମ ସଂପାଦକ ରମେଶ ଯେନା, ଦିଲୀପ ନାୟକ, ବରିଷ୍ଠ ଚାଷୀ ନେତା ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଆଏନଟିୟୁସି ଜିଲ୍ଲା ସଂପାଦକ ବିଷ୍ଣୁ ନାୟକ,ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ଦାସ, ବିଜୁ ଶ୍ରମିକ ସାମ୍ମୁଖ୍‌ଯ ର ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ ନାୟକ, ବିଜୁ ଶ୍ରମିକ ସାମ୍ମୁଖ୍‌ଯ ଜିଲ୍ଲା ସଂଯୋଜକ ନାସିରୁଦ୍ଦିନ ଖାନ୍‌, ଓସ୍ରୁ ଜିଲ୍ଲା ସଂପାଦକ ବସନ୍ତ ନାୟକ, ଏଆଇୟୁଟିୟୁସି ଜିଲ୍ଲା ସଂପାଦକ ରାମଚନ୍ଦ୍ର ଶଙ୍ଖୁଆ, ଏଆଇସିସିଟିୟୁ ଜିଲ୍ଲା ସଭାପତି ସମର ବଳ, ଅଲ୍‌ଓଡିଶା ଡ୍ରାଇଭର ଆସୋସିଏସନ୍ ଭଦ୍ରକ ଜିଲ୍ଲା ସଭାପତି ଅଜୟ ଚାନ୍ଦ, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଶ୍ରମିକ ନେତା ରାଧାନାଥ ଦାସ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ମହିଳା ନେତ୍ରୀ ଜୟନ୍ତୀ ବିଶ୍ୱାଳ, ଶାନ୍ତିଲତା ନାୟକ, ବୀମା କର୍ମଚାରୀ ନେତା ନବକିଶୋର ବେହେରା, ଯୁବ ନେତା ସେକ୍ ସନାଉଲ୍ଲା , ସେକ୍ କାଲୁ, ସେକ୍ ସିକ୍ରୁ, ସେକ୍ ସୠାର, ଧାମରା ବନ୍ଦର ଶ୍ରମିକ ସଂଘ ର ଜିଲ୍ଲା ଯୁଗ୍ମ ସଂପାଦକ ସୁବ୍ରତ ସାମଲ, ପ୍ରଫୁଲ୍ଲ ବାରିକ, ଚାଷୀ ନେତା ମଦନ ସେଠୀ, ନରେନ୍ଦ୍ର ଦାସ , ରମେଶ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଶ୍ରମ କୋର୍ଡ ବାତିଲ ନହେଲେ ଆଗାମୀ ଦିନରେ ବୃହତର ଆନ୍ଦୋଳନ ହେବ ବୋଲି ବିଭିନ୍ନ ଗଣସଂଗଠନର ନେତୃତ୍ୱ ଚେତାବନୀ ଦେଇଥିଲେ । ଧର୍ମଘଟକାରୀମାନେ ସକାଳ ୬ଟା ଠାରୁ ଜାତୀୟ ରାଜପଥ ୧୬କୁ ବନ୍ଦ ରଖିବା ସହ ବିିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ସମ୍ମୁଖରେ ପିକେଟିଂ କରି ବନ୍ଦ କରାଇଥିଲେ। ପରେ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଟାଉନ ଥାନା ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ହସ୍ତକ୍ଷେପରେ ଏହି ଧର୍ମଘଟ ଦିବା ୨ ଘଟିକାର ପ୍ରତ୍ୟାହୃତ ହେବା ସହିତ ରାଜପଥରେ ଯାନବାହନ ଚଳାଚଳ କରିଥିଲା। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande