ବଲାଙ୍ଗୀର, ୦୯ ଜୁଲାଇ(ହି.ସ.) – ବଲାଙ୍ଗୀର ନାଗରିକ କମିଟି ତରଫରୁ ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ଠାରେ ମହାସମାରୋହରେ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଆର୍ଯ୍ୟସମାଜ ମନ୍ଦିର ଚତୁର୍ପାଶ୍ୱରେ ଚାରା ରୋପଣ କରାଯାଇଥିଲା। ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର ଓ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ସ୍ଥାନ ନିରୁପଣ ତଥା ଯୋଗାଯୋଗ କାର୍ଯ୍ୟ ସମ୍ପନ୍ନ କରିଥିବାବେଳେ ସ୍ଥାନୀୟ ବନ ବିଭାଗର ରେଞ୍ଜ ଅଫିସର ନବୀନ କୁମାର ପଣ୍ଡା ସଦଳବଳେ ସହଯୋଗ କରିଥିଲେ। ନାଗରିକ କମିଟିର ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ମଧୁ ସୁଦନ ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ନରେନ୍ଦ୍ର କୁମାର ଆଚାର୍ଯ୍ୟ ଓ ସଦସ୍ୟ ଜୟରାମ ମିଶ୍ର ପ୍ରମୁଖ ବନମହୋତ୍ସବର ବାର୍ତା ରଖିଥିଲେ। ସଦସ୍ୟ ଜୟରାମ ମିଶ୍ରଙ୍କ ପ୍ରଶ୍ନର ଉତର ଦେଇ ସଭାପତି ଡ. ଶ୍ରୀକର ମିଶ୍ର କହିଥିଲେ ଯେ ସେ ତାଙ୍କ ବୈଦ୍ୟ ବାପାଙ୍କ ଠାରୁ ପ୍ରେରଣା ପାଇ ତାଙ୍କ ବାସଗୃହ ସଂଲଗ୍ନ ସ୍ଥାନରେ ସହସ୍ରାଧିକ ଔଷଧିୟ ବୃକ୍ଷ ଓ ଫଳଗଛ ର ଏକ ବଗିଚା ସୃଷ୍ଟି କରିଛନ୍ତି। ଆହୁରି କହିଥିଲେ ଯେ କେବଳ ଚାରା ଲଗାଇ ଦେଲେ କାମ ସରିଯାଏ ନାହିଁ। ବୃକ୍ଷକୁ ବଂଚେଇ ରଖିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। ଆର୍ଯ୍ୟସମାଜର ଅନ୍ତେବାସୀମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ମୋତିଲାଲ ସାହୁ, ସୁବ୍ରତ ବହିଦାର, ସୁବାଷ ଶତପଥି, ଶତୃଘନ ସିଂ, ପର୍ଶୁରାମ ନାୟକ, ଗୋପବନ୍ଧୁ ପୁରୋହିତ, କିଶୋର ମୋହନ ମିଶ୍ର, ଡ. ପ୍ରମୋଦ ମିଶ୍ର, ଦିବାକର ହୋତା, କେଶବ ଚନ୍ଦ୍ର ମିଶ୍ର, ମଦନଲାଲ ବର୍ମା ଓ ଜଗଦିଶ ନାଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହାୟତା କରିଥିଲେ। ଶେଷରେ ସଭାପତି ଡ. ଶ୍ରୀକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ