Bhubaneswar, 9 ଜୁଲାଇ (ହି.ସ.)
ସଂପ୍ରତି ଶ୍ରମଜୀବୀ ମାନଙ୍କର ଦୁର୍ଦ୍ଦଶା ଚରମ ସୋପାନରେ ପହôଛି । ବେକାରୀ ଦରଦାମ ବୃଦ୍ଧି, ଅସମାନତା, ଆକାଶ ଛୁଆଁ ହେବା ସହ ମଜୁରୀର ପରିମାଣ କମିବାରେ ଲାଗିଛି । ମେହନତି ଜନତାଙ୍କର ଅଧିକାର ତଥା ସାମାଜିକ ସୁରକ୍ଷା ଅତି ସଙ୍କଟଜନକ ସ୍ଥିତିରେ ପହôଛି । ର୍କୃପକ୍ଷଙ୍କୁ ଏହାର ସମାଧାନ ନିମନ୍ତେ ବାରମ୍ବାର ଅନୁରୋଧ ଜଣାଇଥିଲେ ହେଁ ଫଳ ଶୂନ । ତେଣୁ ଦେଶର ଶ୍ରମିକ ସଙ୍ଗଠନ ଏକାଠି ହୋଇ ଆଜି ଦିନିକିଆ ଭାରତ ବନ୍ଦ ଡାକରା ଦେଇ ଶ୍ରମଜୀବୀଙ୍କର ଶକ୍ତି ପରୀକ୍ଷା ଦେଇଛନ୍ତି । ଫଳରେ ଦେଶରେ ଆଜି ଜନଜୀବନ ଏକ ପ୍ରକାର ଠପ୍ ହୋଇଯାଇଛି । ପ୍ରମୁଖ ଦାବି ଗୁଡ଼ିକ ହେଲା - (୧) ସମସ୍ତ ଚାରୋଟି ଶ୍ରମ ସଂହିତା ରଦ୍ଦ କରନ୍ତୁ ଓ ପୁରାତନ ଶ୍ରମ ଆଇନ୍କୁ ଲାଗୁ କରନ୍ତୁ । (୨)ପି.ଏପ୍.ଆର.ଏ.ଡି.ଏ. ଆଇନ୍ ରଦ୍ଦ କରନ୍ତୁ । ଏନ୍.ପି.ଏସ୍. / ୟୁ.ପି.ଏସ୍. ବାତିଲ୍ କରନ୍ତୁ । ନିଧି ପରିଚାଳକମାନଙ୍କୁ ରାଜ୍ୟ ସରକାରଙ୍କୁ ଜମା କରାଯାଇଥିବା ଅର୍ଥ ଫେରସ୍ତ କରିବାକୁ ନିଦେ୍ର୍ଦଶ ଦିଅନ୍ତୁ । ସମଗ୍ର ଗ୍ରାହକଙ୍କୁ ଇ.ପି.ଏସ୍.୯୫ରେ ସ୍ଥିର ଲାଭ ପେନସନ୍ ପ୍ରଣାଳୀ ତଳେ ଆଣନ୍ତୁ । ପୁରୁଣା ପେନ୍ସନ୍ ଆଇନ୍ ସମସ୍ତଙ୍କ କ୍ଷେତ୍ରରେ ଲାଗୁ କରନ୍ତୁ । (୩) ସମସ୍ତ ଚୁକ୍ତିଭିିକ କର୍ମଚାରୀଙ୍କୁ ସ୍ଥାୟୀ କରନ୍ତୁ । ଚୁକ୍ତିଭିିକ / ଆଉଟ୍ସୋର୍ସଡ୍ / ଦୈନିକ ମଜୁରୀ ନିଯୁକ୍ତି ବନ୍ଦ କରନ୍ତୁ । ରାଜ୍ୟ ସରକାରୀ ବିଭାଗ ଏବଂ ପି.ଏସ୍.ୟୁ ଗୁଡ଼ିକରେ ସମସ୍ତ ଖାଲି ପଦବୀ ଗୁଡ଼ିକୁ ନିୟମିତ ଭାବେ ପୂରଣ କରନ୍ତୁ । (୪) ପି.ଏସ୍.ୟୁ ଗୁଡ଼ିକର ବ୍ୟକ୍ତିଗତକରଣ / କର୍ପୋରେଟାଇଜେସନ୍ ଏବଂ ସରକାରୀ ବିଭାଗ ଗୁଡ଼ିକର କର୍ମଚାରୀ ସଂଖ୍ୟା ହ୍ରାସ କରିବା ବନ୍ଦ କରନ୍ତୁ । (୫) ରାଜ୍ୟ ବେତନ ଆୟୋଗ ଗଠନ କରନ୍ତୁ, ଯାହା ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗର ଲାଭ ନିଶ୍ଚିତ କରିବ; ପ୍ରତି ପା ବର୍ଷରେ ଥରେ ବେତନ ସଂଶୋଧନ କରନ୍ତୁ । (୬) ବାକି ରହିଥିବା ଡି.ଏ. କିସ୍ତି ଏବଂ ୨୦୨୦ ଓ ୨୦୨୧ରେ ଜବତ କରାଯାଇଥିବା ଡି.ଏ. ବାକି ରାଶି ମୁକ୍ତ କରନ୍ତୁ । (୭) ସରକାରୀ ସହାୟତାରେ ଏକ ସମ୍ପୂର୍ଣ୍ଣ ନିଃଶୁଳ୍କ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରନ୍ତୁ, ଯାହା ପେନ୍ସନଭୋଗୀ ଏବଂ କର୍ମଚାରୀଙ୍କୁ (ଚୁକ୍ତିନାମା କର୍ମଚାରୀ ସହିତ) ସମସ୍ତ ଡାକ୍ତରଖାନାରେ ମାଗଣା ଚିକିତ୍ସା ପ୍ରଦାନ କରିବ । (୮) ସମ୍ବିଧାନର ଅନୁଚ୍ଛେଦ ୩୧୦, ୩୧୧ (୨) ଏ, ବି ଏବଂ ସି ରଦ୍ଦ କରନ୍ତୁ । (୯) କେନ୍ଦ୍ର-ରାଜ୍ୟ ଆର୍ଥିକ ସମ୍ପର୍କଗୁଡ଼ିକୁ ପୁନର୍ବିଚାର କରନ୍ତୁ । ସହଯୋଗୀ ବ୍ୟବସ୍ଥାକୁ ସୁରକ୍ଷିତ କରନ୍ତୁ । (୧୦) ନୂତନ ଶିକ୍ଷା ନୀତି (ଏନ୍.ଇ.ପି.) ବାତିଲ୍ କରନ୍ତୁ ଆଦି ଦାବିପତ୍ର ଭୁବନେଶ୍ୱରସ୍ଥ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିନିଧିମାନେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶୁଭେନ୍ଦୁ ରାଉତରାୟ, ଜ୍ୟୋତ୍ସ୍ନାମୟୀ ନାୟକ, ପ୍ରଭାତ କୁମାର ପରିଡ଼ା, ପ୍ରଦୀପ କୁମାର ପ୍ରହରାଜ, ମନୋଜ ଦାସ, ସୁଜିତ୍ କୁମାର ନାୟକ ଓ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ସଂଚାଳନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା