ଜୟପୁର, ୯ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାଠରଗୋଡା ଏବଂ ଚମ୍ପାପଦର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ବୋରିଗୁମ୍ମା ବ୍ଲକ କାଠରଗୋଡା ଏବଂ ଚମ୍ପାପଦର ଉପାନ୍ତ ଅଞ୍ଚଳରେ ଲୋକେ ସ୍ୱାସ୍ଥ୍ୟ ସେବା ପାଉଥିଲେ କିନ୍ତୁ ଏହି ଆୟୁଷ୍ମାନ ଆରୋଗ୍ୟ ଶିବିର ଫଳରେ ଲୋକେ ହାତ ପାଆନ୍ତାରେ ସ୍ୱାସ୍ଥ୍ୟ ସେବା ପାଇ ପାରିଲେ। ବର୍ତମାନ ବର୍ଷା ଋତୁ ଏହି ଋତୁରେ ମୂଖ୍ୟତଃ ଝାଡା ବାନ୍ତି, ମେଲେରିଆ ଏବଂ ଡେଙ୍ଗୁ ଭଳି ରୋଗ ବ୍ୟାପିଥାଏ ତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା।କାଠରଗୋଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏବଂ ଚମ୍ପାପଦର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ସମସ୍ତ ପ୍ରକାର ବିଶେଷଜ୍ଞ ଡାକ୍ତର ,ଫାର୍ମାସିଷ୍ଟ,ଟେକ୍ନିସିଏନ ଆଶା କର୍ମୀ ଉପସ୍ଥିତ ରହି ବିଭିନ୍ନ ପ୍ରକାର ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।ଏହି ଶିବିରରେ ସମସ୍ତ ପ୍ରକାର ରକ୍ତ ପରୀକ୍ଷା ଯଥା ହେମୋଗ୍ଲୋବିନ, ଗର୍ଭ ପରୀକ୍ଷା, ମଧୁମେହ, ରକ୍ତଚାପ, ରକ୍ତସିକୁଳି ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା। ପରୀକ୍ଷା ପରେ ସଙ୍ଗେ ସଙ୍ଗେ ରୋଗୀ ଙ୍କୁ ଔଷଧ ପ୍ରଦାନ ବ୍ୟବସ୍ଥା କରାଯାଇଥିଲା।ଏହି ଶିବିରରେ ଦୁଇ ପଂଚାୟତ ର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ତିନି ଗୋଟି ଟିମ ରାଷ୍ଟ୍ରୀୟ ବାଲ ସୁରକ୍ଷା ଟିମ ୧/୨ ସ୍ୱାସ୍ଥ୍ୟ ସଂଯୋଗ ଟିମ ନିୟୋଜିତ ଥିଲେ।ଡାକ୍ତର ଙ୍କ ମଧ୍ୟରେ ଡ଼ ଶ୍ରୀକାନ୍ତ ଶତପଥୀ(ମେଡ଼ିସିନ ବିଶେଷଜ୍ଞ)ଡ଼ ପ୍ରବୀଣ କୁମାର ଦାସ(ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ) ଡ଼ ନିଗମ ନନ୍ଦ ବେହେରା(ଦନ୍ତ ବିଶେଷଜ୍ଞ) ଡ଼ ଶିବ ପ୍ରସାଦ ମହାରଣା, ଡ଼ ଦେବଦ୍ୟୁତ ଶତପଥୀ ଏବଂ ଡ଼ ଦିଲୀପ କୁମାର ନାଥ ଉପସ୍ଥିତ ଥିଲେ। ସେହିପରି ବୋରିଗୁମ୍ମା ବିଡ଼ିଓ ସୁକାନ୍ତ ପଟ୍ଟନାୟକ ଏବଂ ଅତିରିକ୍ତ ତହସିଲଦାର ସ୍ୱାସ୍ଥ୍ୟ ଶିବିର କୁ ବୁଲି ଦେଖିଥିଲେ। ଔଷଧ ବିତରଣ ଦାଇତ୍ୱ ରେ ସୁଜିତ ନାୟକ, ଦେବାଶିଷ ପଣ୍ଡା ଏବଂ ରାଜେଶ ପାତ୍ର ରହି ରୋଗୀଙ୍କୁ ଔଷଧ ପ୍ରଦାନ କରିଥିଲେ।ଗୋଲୋକ ବିହାରୀ ଚୌଧୁରୀ, ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ଏସ ଶ୍ରୀନିବାସ ଆରୋଗ୍ୟ ଶିବିର ର ପରିଚାଳନା କରିଥିବା ବେଳେ ମନୋଜ ପାତ୍ର, ରଶ୍ମିତା ପାତ୍ର, ଭଗବତୀ ନାଗ, ମିତା ରାଣୀ ନାୟକ, ପ୍ରତାପ ହିଆଲ ଆରୋଗ୍ୟ ଶିବିରର କାର୍ଯ୍ୟ ତୁଲାଇଥିଲେ। ଆଗାମୀ ଦିନରେ ଡମ୍ବ ତୁରୁଞ୍ଜି ଭଳି ଉପାନ୍ତ ଅଂଚଳରେ ଆରୋଗ୍ୟ ଶିବିର ଆୟୋଜନ କରାଯିବ ବୋଲି କହିଛନ୍ତି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ଶ୍ରୀକାନ୍ତ ଶତପଥୀ।
ହିନ୍ଦୁସ୍ଥାନ ସମାଚାର / ପିକେପି