ଭୁବନେଶ୍ୱର, ୯ ଜୁଲାଇ (ହି.ସ.) - ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ୧୯୯୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ତଥା ବିଜୁ ପଟ୍ଟନାୟକ ପୋଲିସ୍ ଏକାଡେମୀର ନିର୍ଦ୍ଦେଶକ ଥିବା ସଞ୍ଜୀବ ପଣ୍ଡାଙ୍କୁ ନକ୍ସଲ ବିରୋଧୀ ଅପରେସନ୍ ର ଏଡିଜି ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ସଞ୍ଜୀବ ପଣ୍ଡା ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଦାୟିତ୍ୱରେ ରହିବେ ଏବଂ ସିଧାସଳଖ ପୋଲିସ୍ ଡିଜିଙ୍କୁ ରିପୋର୍ଟ କରିବେ। ଅନ୍ୟପକ୍ଷରେ ବିଜୁ ପଟ୍ଟନାୟକ ପୋଲିସ୍ ଏକାଡେମୀର ଆଇଜିପି ଟ୍ରେନିଂ ଥିବା ୨୦୦୬ ବ୍ୟାଚ୍ ଆଇପିଏସ୍ ଅନୁପ ସାହୁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାର ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା