ଭଦ୍ରକ ନିର୍ବାଚନମଣ୍ଡଳୀ ଜଗଦଲପୁର ପଂଚାୟତର ବିକାଶର ନଗ୍ନଚିତ୍ର
ଭଦ୍ରକ, ୯ ଜୁଲାଇ (ହି.ସ.) - ରାଜନୈତିକ ଛକାପଞ୍ଝା ଭିତରେ ବଳି ପଡୁଛି ଗ୍ରାମାଂଚଳର ବିକାଶ ଧାରା । ବିକାଶର ମାଇକ୍ ବଜାଉଛନ୍ତି ନେତା । ଏହା ପାଇଁ ଦାୟୀ କିଏ। ସରକାର ନା ଜନପ୍ରତିନିଧି । ଭଦ୍ରକ ଜିଲ୍ଲା ଜଗଦଲପୁର ପଂଚାୟତ ର ବ୍ଲକ ଅନ୍ତର୍ଗତ ଚରଦିଆ ଗ୍ରାମପଂଚାୟତ ଚୁଡ଼ଙ୍ଗପୁର ର ୫ ନମ୍ବର ୱାର୍ଡର ବାସିନ୍
JAGDALPUR PANCHAYAT BIKASH NAGNA CHITRA


ଭଦ୍ରକ, ୯ ଜୁଲାଇ (ହି.ସ.) - ରାଜନୈତିକ ଛକାପଞ୍ଝା ଭିତରେ ବଳି ପଡୁଛି ଗ୍ରାମାଂଚଳର ବିକାଶ ଧାରା । ବିକାଶର ମାଇକ୍ ବଜାଉଛନ୍ତି ନେତା । ଏହା ପାଇଁ ଦାୟୀ କିଏ। ସରକାର ନା ଜନପ୍ରତିନିଧି । ଭଦ୍ରକ ଜିଲ୍ଲା ଜଗଦଲପୁର ପଂଚାୟତ ର ବ୍ଲକ ଅନ୍ତର୍ଗତ ଚରଦିଆ ଗ୍ରାମପଂଚାୟତ ଚୁଡ଼ଙ୍ଗପୁର ର ୫ ନମ୍ବର ୱାର୍ଡର ବାସିନ୍ଦାଙ୍କ ଦୈନଦିନ ଯାତାୟାତ ରାସ୍ତାର ଅବସ୍ଥା । ପକ୍କା ରାସ୍ତାଟିଏ ନ ଥିବାରୁ ବର କନ୍ୟା ଯାଉଛନ୍ତି କାଦୁଅରେ ପୁଣି ହାତରେ ଜୋତା ଧରି । ଅନ୍ୟ ସମୟରେ ଲୋକେ କେମିତି ସମସ୍ୟା ଭୋଗୁଥିବେ ଆପଣ ଅନୁମାନ କରନ୍ତୁ। ଖବର ରୁ ଜଣା ପଡିଛି ଜଗଦଲପୁର ପଂଚାୟତ ର ସରପଂଚ ୨୫ ବର୍ଷ ଧରି ରହି ଆସୁଛନ୍ତି। ଏନ୍ ଆର୍ ଜିଏସ ରେ ଘୋଟାଲା ବହୁ ଘର ଇନ୍ଦିରା ଆବାସ ରୁ ବଂଚିତ ଏବଂ ରେସନ କାର୍ଡ ନାହିଁ । ଗ୍ରାମ ର ବହୁ ପ୍ରୋଜେକ୍ଟରେ ଘୋଟାଲା ହୋଇ ଛି ବୋଲି ଲୋକେ ଅଭିଯୋଗ ଆଣି ଛନ୍ତି ସ୍ୱାଧୀନତା କୁ ୭୮ ବର୍ଷ ହୋଇ ଥିଲେ ମଧ୍ୟ ଗ୍ରାମ କୁ ଯିବା ପାଇଁ ରାସ୍ତା ନାହିଁ। କାଦୁଅରେ ଲୋକେ ଯିବା ଆସିବା କରୁଛନ୍ତି। ଜଗଦଲପୁର ପଂଚାୟତ ୫ ନମ୍ବର ୱାର୍ଡର ସଦସ୍ୟ ଅଭିଯୋଗ କରି ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande