ରେଳ ବିଭାଗରେ ଚାକିର କରାଇବା ନାମରେ ୩ଲକ୍ଷ ୨୭ ହଜାର ଟଙ୍କା ଠକେଇ ଅଭିଯୋଗ
ଜୟପୁର, ୯ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସଦରଥାନାରେ ରେଳ ବିଭାଗରେ ଚାକିରି କରାଇବା ନାମରେ ୩ ଲକ୍ଷ ୨୭ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ନେଇ ପୀଡିତ ଲିଖିତ ଅଭିଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି । ମାମଲା ଅନୁଯାୟୀ, ଜୟପୁ
ରେଳ ବିଭାଗରେ ଚାକିର କରାଇବା ନାମରେ ୩ଲକ୍ଷ ୨୭ ହଜାର ଟଙ୍କା ଠକେଇ ଅଭିଯୋଗ


ଜୟପୁର, ୯ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସଦରଥାନାରେ ରେଳ ବିଭାଗରେ ଚାକିରି କରାଇବା ନାମରେ ୩ ଲକ୍ଷ ୨୭ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ନେଇ ପୀଡିତ ଲିଖିତ ଅଭିଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି । ମାମଲା ଅନୁଯାୟୀ, ଜୟପୁର ସଦରଥାନା ହାଡିଆ ଗ୍ରାମପଂଚାୟତର ଖଇରିମୁଣ୍ଡି ଗ୍ରାମର ପ୍ରହ୍ଲାଦ ହରିଜନ ଗତ ୬ରୁ ୭ ମାସ ପୂର୍ବେ ସ୍ଥାନୀୟ କାଳିଆ ଗାଁର ବାସିନ୍ଦ ତଥା ବର୍ତମାନ ଆମ୍ବାଗୁଡ ଠାରେ ରହୁଥିବା ମନୋଜ କୁମାର ନାୟକଙ୍କ ସହିତ ଅଭି ନାମକ ଜଣେ ଖ୍ରୀଷ୍ଟଧର୍ମ ପାଷ୍ଟରଙ୍କ ଜରୀୟାରେ ପରିଚୟ ହୋଇଥିଲା । ଏହିପରି ଅଭିଯୁକ୍ତ ମୋନଜ ରେଳ ବିଭାଗରେ ଅଭିଯୋଗକାରୀ ପ୍ରହ୍ଲାଦଙ୍କ ଝିଅ ଓ ଶଳାଙ୍କୁ ରେଳବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ କରାଇଦେବା ନେଇ କହିଥିଲେ । ଉଭୟଙ୍କୁ ଚାକିର ବାବଦକୁ ୫ ଲକ୍ଷ ଟଙ୍କା ଲାଂଚ ନେବାକୁ ପଡିବ ବୋଲି କହିଥିଲେ । ତେଣୁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ଅଭିଯୋଗକାରୀଙ୍କୁ କହିଥିଲେ । ଏହିପରି ଅଭିଯୋଗକାରୀଙ୍କ ଉଭୟ ଝିଅ ଓ ଶଳା ଅନଲାଇନ ମାଧ୍ୟମରେ ଆବେଦନ କରଥିଲେ । ଏହିପରି ଅଭିଯୁକ୍ତ ମନୋଜଙ୍କ ଉପରେ ପୀଡିତଙ୍କ ଆଶା ଓ ଭରସା ବୃଦ୍ଧି ପାଇଥିଲା । ଏହାପରେ ଫୋନ ପେ ମାଧ୍ୟମରେ ପୀଡିତ ଅଭିଯୁକ୍ତଙ୍କୁ ଗତ ଏପ୍ରେଲ ମାସ ଠାରୁ ମେ ମାସ ପର୍ଯ୍ୟନ୍ତ ୪ଟି ପର?୍ୟ୍ୟାୟରେ ୨୮ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହିପରି ଗତ ଜୁନ ୨୬ ତାରିଖରେ ବିଶାଖପାଟଣା ରେଳ ବିଭାଗର ଡି.ଆର.ଏମଙ୍କ କାର?୍ୟ୍ୟାଳୟ ସମ୍ମୁଖରେ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଅଭିଯୁକ୍ତ ମନୋଜ ପୀଡିତଙ୍କୁ ବାହାରେ ରହିବାକୁ କହିବା ସହ ଭିତରକୁ ଯାଇ ନିଯୁକ୍ତି ପତ୍ର ଆଣିବାକୁ କହି କାର୍ଯ୍ୟାଳୟ ଭିତରକୁ ଯାଇଥିଲେ । ବାହାରେ ଅପେକ୍ଷା କରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ପୀଡିତ ନ ଫେରିବାରୁ ଅଭିଯୁକ୍ତଙ୍କୁ ଫୋନ କରିଥିଲେ । କିନ୍ତୁ ତାଙ୍କର ଫୋନ ସୁଇଚ ଅଫ ରହିଥିଲା । ଏହିପରି ସଂଧ୍ୟା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସହିତ ଯୋଗାଯୋଗ ନ ହେବାରୁ ଶେଷରେ ପୀଡିତ ନିରାଶ ହୋଇ ନିଜଗ୍ରାମକୁ ଫେରି ଆସିଥିଲେ । ଏହିପରି ଅଭିଯୁକ୍ତ ରହୁଥିବା ଆମ୍ବାଗୁଡା ଘରକୁ ଯାଇଥିଲେ, କିନ୍ତୁ ତାଙ୍କ ଘରରେ ତାଲା ପଡିଥିବା ଯୋଗୁଁ ସାହିପଡିଶାଙ୍କୁ ପଚାରିବାରୁ ସେ ଘର ଛାଡି ଚାଲିଯାଇଥିବା ନେଇ କହିଥିଲେ । ଏହିପରି ତାଙ୍କର ନିଜ ଗ୍ରାମ କାଳିଆଗାଁକୁ ଯାଇଥିଲେ, କିନ୍ତୁ ସେଠାରେ ମଧ୍ୟ ତାଙ୍କର କୌଣସି ଦେଖା ମିଳିନଥିଲା । ଏହାପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନିରାଶ ହୋଇ ଥାନାର ଦ୍ୱାରସ୍ତ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande