ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଯୋଡିହେଲା ନରସିଂହପୁର ଓ ଡିହାପଡା ପଞ୍ଚାୟତ
ପଟ୍ଟାମୁଣ୍ଡାଇ , 9 ଜୁଲାଇ (ହି.ସ.)ରାଜ୍ୟ ସରକାରଙ୍କ ନିର୍ଦ୍ଧେଶରେ ଆଜି ନରସିଂହପୁର ଓ ଡିହାପଡା ଦୁଇ ପଞ୍ଚାୟତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସହିତ ପୁଣି ଯୋଡି ହୋଇଛି । ପ୍ରକାଶ ଥାଉକି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକର ନରସିଂହପୁର ଓ ଡିହାପଡା ପଂଚାୟତବାସୀଙ୍କ ଦୀର୍ଘ ଦିନର ଦ
Jodihela dui panchayata


ପଟ୍ଟାମୁଣ୍ଡାଇ , 9 ଜୁଲାଇ (ହି.ସ.)ରାଜ୍ୟ ସରକାରଙ୍କ ନିର୍ଦ୍ଧେଶରେ ଆଜି ନରସିଂହପୁର ଓ ଡିହାପଡା ଦୁଇ ପଞ୍ଚାୟତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସହିତ ପୁଣି ଯୋଡି ହୋଇଛି । ପ୍ରକାଶ ଥାଉକି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକର ନରସିଂହପୁର ଓ ଡିହାପଡା ପଂଚାୟତବାସୀଙ୍କ ଦୀର୍ଘ ଦିନର ଦାବୀ ଆଜି ପୂରଣ ହୋଇଛି । ଏହି ଦୁଇଟି ପଂଚାୟତ ପୂର୍ବରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଥିଲା | ମାତ୍ର ନୂତନ ଗ୍ରାମାଞ୍ଚଳ ଥାନା ପ୍ରତିଷ୍ଠା ପରେ ଏହି ଦୁଇ ପଂଚାୟତକୁ ଆଦର୍ଶ ଥାନାରୁ ନେଇ ଗ୍ରାମାଞ୍ଚଳ ଥାନାରେ ସାମିଲ କରାଗଲା । ନରସିଂହପୁର ଓ ଡିହାପଡା ପଂଚାୟତ ଠାରୁ ଗ୍ରାମାଞ୍ଚଳ ଥାନା ପ୍ରାୟ ୨୫କିମି ଦୂରରେ ଅବସ୍ଥିତ ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ ଥାନାକୁ ଯିବା ପାଇଁ ବିଭିନ୍ନ ଅସୁବିଧା ଭୋଗ କରିଆସୁଥିଲେ । କୌଣସି ଅପରାଧ ଘଟିଲେ ଘଟଣାସ୍ଥଳରେ ପୋଲିସ ତତକ୍ଷଣାତ ପହଂଚି ନପାରିବାରୁ ଅପରାଧୀ ଖସି ଯିବା ସହିତ ଜନସାଧାରଣ ନ୍ୟାୟ ପାଇବାରୁ ବଂଚିତ ହେଉଥିଲେ । ଏନେଇ ପଂଚାୟତ ର ବିଜେପି ନେତାଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ଓ ଦାବୀ ହୋଇଆସୁଥିଲା lଏହାପରେ ରାଜ୍ୟ ସରକାର ନରସିଂହପୁର ଓ ଡିହାପଡା ପଂଚାୟତବାସୀଙ୍କ ସମୂହ ସ୍ୱାର୍ଥ ଓ ଜନସାଧାରଣଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ନରସିଂହପୁର ଓ ଡିହାପଡା ପଂଚାୟତକୁ ପୂର୍ବପରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ସାମିଲ କରିଛନ୍ତି | ଫଳରେ ପଂଚାୟତ ବାସୀଙ୍କ ଗୁହାରୀ ଦୀର୍ଘଦିନ ପରେ ପୂରଣ ହୋଇଛି l ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୃହ ସଚିବ ସତ୍ୟବ୍ରତ ସାହୁ, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ରାଧାକିସାନ ଶର୍ମା, ପୋଲିସ ମହାନିର୍ଦେଶକ ୱାଇବି ଖୁରାନିଆ, ଅତିରିକ୍ତ ମହାନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଦୁଇ ପଂଚାୟତବାସୀ l ଆଜି ଦୁଇ ପଂଚାୟତ ର ବିଜେପି ନେତା ତଥା ରାଜ୍ୟ ଦଳିତ ସେଲ ସଦସ୍ୟ ରତ୍ନାକର ସେଠୀ(ଟିଟନ),ସୁବ୍ରତ ଦାସ, ହୃଷିକେଶ ସେଠୀ,ସୁଧୀର ପ୍ରଧାନ,ରମେଶ ଦାସ,ଶିବାନନ୍ଦ ସେନାପତି, ରବୀନ୍ଦ୍ର ପ୍ରଧାନ,ସୁଶାନ୍ତ ସାମଲ,ବିଶ୍ୱନାଥ ରାଉତ,ରମା ରଞ୍ଜନ ପରିଡ଼ା ପ୍ରମୁଖ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପହଂଚି ଥାନା ଅଧିକାରିଣୀ ବନ୍ଦନା ପାତ୍ରଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande