ସମ୍ବଲପୁର, ୦୯ ଜୁଲାଇ (ହି.ସ.) - ରାଜ୍ୟରେ ଜରୁରୀ କାଳୀନ ପରିସ୍ଥିତି ରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଫଳ ଉଦ୍ଧାର କାର୍ଯ୍ୟାନୁଷ୍ଠାନ ନିମିତ ରାଜ୍ୟ ସରକାର ଦ୍ୱାରା ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ଇତି ମଧ୍ୟରେ ସମ୍ବଲପୁର ପାଇଁ ୪୫ ଟି ଇନ୍ସପେକ୍ଟର (ଆର୍ମଡ)- ୧, ସବ୍ ଇନ୍ସପେକ୍ଟର ଆର୍ମଡ - ୦୧ , ସହାୟକ ସବ୍ ଇନ୍ସପେକ୍ଟର ଆର୍ମଡ - ୦୧, ହାବିଲଦାର ୦୯, ସାପାହୀ , କନେଷ୍ଟବଲ- ୩୧, ଡ୍ରାଇଭର ହାବିଲଦାର- ୦୧ ଓ ଡ଼୍ରାଇଭର - ୦୧ ଟି ୟୁନିଟ୍ ଅଛି।
ଏହି ପଦସମୂହ ଏକ ନୂତନ ୧୦ଟି ଓଡିଶା ରାଜ୍ୟ ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟ ବାହିନୀ (ଓଡ୍ରାଫ୍) ଇଉନିଟ୍ ସ୍ଥାପନ ପାଇଁ ସୃଷ୍ଟି କରାଯାଇଛି। ଏହି ନୂତନ ପଦସମୂହ ନିୟମିତ ନିଯୁକ୍ତି ନିୟମାବଳୀ ଓ ଓଆରଭି ଆଇନ ଅନୁଯାୟୀ ସ୍ୱଚ୍ଛ ଏବଂ ପାରଦର୍ଶୀ ଭାବରେ ପୂରଣ କରାଯିବ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ