କଂଗ୍ରେସ ଦଳିତ ସେଲର ରାଜ୍ୟ ସାଧାରଣ ସମ୍ପାଦକ ହେଲେ ରାଜେନ୍ଦ୍ର ପ୍ରସାଦ ଜେନା
ଭଦ୍ରକ, ୯ ଜୁଲାଇ (ହି.ସ.) - ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଦଳିତ ସେଲ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଲେ ଜିଲ୍ଲାର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା । ଏଥି ନେଇ ଜିଲ୍ଲା ର ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି । ରାଜ୍ୟ ଦଳିତ ସେଲର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା
RAJENDRA PRASAD JENA RAJYA CONGRESS DALITA NETA


ଭଦ୍ରକ, ୯ ଜୁଲାଇ (ହି.ସ.) - ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଦଳିତ ସେଲ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଲେ ଜିଲ୍ଲାର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା । ଏଥି ନେଇ ଜିଲ୍ଲା ର ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି । ରାଜ୍ୟ ଦଳିତ ସେଲର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ଶ୍ରୀଜେନା ଅଖିଳ ଭାରତ କଂଗ୍ରେସ କମିଟି ର ସଭାପତି ମଲିକ୍କାର୍ଜୁନ ଖଡ଼ଗେ ଜୀ, ଶ୍ରୀମତୀ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଜୀ ଏବଂ ଅଖିଳ ଭାରତ କଂଗ୍ରେସ କମିଟି ଦଳିତ ସେଲ ର ଅଧକ୍ଷ ରାଜେନ୍ଦ୍ର ଜୀ ଙ୍କ ଠାରେ କୃତଜ୍ଞତା ଜଣାଇଛନ୍ତି । ସେହିପରି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଭକ୍ତ ଚରଣ ଦାସ,, ରାଜ୍ୟ ଦଳିତ ସେଲ ର ସଭାପତି ମାନସ ରଞ୍ଜନ ମଲ୍ଲିକ, ପୂର୍ବତନ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ, ବିଧାୟକ ଅଶୋକ ଦାସ, ଜିଲ୍ଲା ସଂଯୋଜକ ଅସିତ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦଳର ନେତୃବୃନ୍ଦ ମୋ ଉପରେ ଆସ୍ଥା ପ୍ରକଟ କରି ଯେଉଁ ଦାୟିତ୍ୱ ଦେଇଛନ୍ତି ମୁଁ ତାହାକୁ ସୁଚାରୁ ରୂପେ ପାଳନ କରିବା ସହ ଆଗାମୀ ଦିନରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ସବୁମତେ ଚେଷ୍ଟା କରିବି ବୋଲି ଦଳିତ ସେଲ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଜେନା କହିଛନ୍ତି। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande