ରାହୁଲ୍ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ପ୍ରସ୍ତୁତି
ସମ୍ବଲପୁର, ୦୯ ଜୁଲାଇ (ହି.ସ.) - ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ଅନୁସାରେ ରାହୁଲ୍ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ବନ୍ଧରେ ସମ୍ବଲପୁର କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତା ତଥା ସମ୍ବଲପୁର ପ୍ରଭାରୀ ସନ୍ତୋଷ ସିଂହ ସାଲୁଜା, ପିସିସି ପ୍ରବକ୍ତା ଅରବିନ୍ଦ ଦାସ ଓ ଅଭିଷେକ ମହାନନ୍ଦ, ଲକ୍ଷ୍
ରାହୁଲ୍ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ପ୍ରସ୍ତୁତି


ସମ୍ବଲପୁର, ୦୯ ଜୁଲାଇ (ହି.ସ.) - ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ଅନୁସାରେ ରାହୁଲ୍ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ବନ୍ଧରେ ସମ୍ବଲପୁର କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତା ତଥା ସମ୍ବଲପୁର ପ୍ରଭାରୀ ସନ୍ତୋଷ ସିଂହ ସାଲୁଜା, ପିସିସି ପ୍ରବକ୍ତା ଅରବିନ୍ଦ ଦାସ ଓ ଅଭିଷେକ ମହାନନ୍ଦ, ଲକ୍ଷ୍ମୀପୁର ପବିତ୍ର ସନ୍ତର, ଏଆଇସିସି ସମ୍ପାଦକ ଆସଫ ଅଲି ଖାଁ ପ୍ରମୁଖ ସମ୍ବଲପୁର ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି। ଜିଲ୍ଲା କଂଗ୍ରେସ ସଂଯୋଜକଙ୍କ ସଂଯୋଜନାରେ ଆୟୋଜିତ ସାମବାଦିକ ସମ୍ମିଳନୀରେ 'ସମ୍ବିଧାନ ବଂଚାଅ ଅଭିଯାନ ପରିପ୍ରେକ୍ଷୀରେ ରାହୁଲ ଗାନ୍ଧିଙ୍କ ୧୧ ଜୁଲାଇ ଓଡ଼ିଶା ଗସ୍ତ ନେଇ ସବିଶେଷ ବିବରଣ ପ୍ରଦାନ କରାଯାଇଥିଲା। ସମାବେଶରେ ୨ ହଜାର କର୍ମୀ ଓ ନେତା ଅଂଶଗ୍ରହଣ କରିବେ। ପ୍ରେସ ମିଟ୍ ପରେ ୨ୟ ପ୍ରସ୍ତୁତି ବୈଠକ ଶ୍ରୀ ସାଲୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ପିସିସି ସମ୍ପାଦକ ଦିଲ୍ଲୀପ ଧୂରିଆ, କୁଚିଣ୍ଡା ବିଧାୟକ ପ୍ରାର୍ଥୀ କେଦାର ବରିହା, ପିସିସି ସଭ୍ୟ ସୁରଞ୍ଜିନୀ ବାରିକ, ଓକିଲ ଚନ୍ଦ୍ର ପୁରୋହିତ, ବିଜୁ ପ୍ରଧାନ, ମନୋରଞ୍ଜନ ପଟ୍ଟନାୟକ, ଓବିସି ଜିଲ୍ଲା ସଭାପତି ଶିବ ପ୍ରଧାନ, ସୁତପା ମିତ୍ର, ସସମିତା ପଟ୍ଟନାୟକ, ହୀରାକୁଦ ସଭାପତି ରବି ରାଉତ, ରେଙ୍ଗାଲି ବରିଷ୍ଠ ନେତା ସୁବାଷ ବିଶ୍ୱାଳ, ବରିଷ୍ଠ ନେତା ଗୋବିନ୍ଦ ମିଶ୍ର, ବରିଷ୍ଠ ନେତା ଗୁଡୁ ଉପପାଲ, ବୁର୍ଲା ର ବାଦଲ ମେହେଟା, ରେଙ୍ଗାଲି ସଭାପତି ଚତୁର୍ଭୁଜ ଝଙ୍କର, ନାରୀ ନେତ୍ରୀ ବିଜୟଲକ୍ଷ୍ମି ସାହୁ, ହୀରାକୁଦ ନେତା ଜିତେନ୍ ମହାନନ୍ଦ ଓ ରଶ୍ମି ସ୍ୱାଇଁ, ବରିଷ୍ଠ ନେତା ଦୀନବନ୍ଧୁ ପରିଡ଼ା,ମହମ୍ମଦ ସଲିମ ପ୍ରମୁଖ ଶତାଧିକ କର୍ମୀ ଅଂଶଗ୍ରହଣ କରି ମତାମତ ରଖିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande