ସମୟର ଚକ୍ରରେ ଲୋପ ପାଉଛି ସାଧବ ବୋହୂ’
ଜୟପୁର, ୯ ଜୁଲାଇ (ହି.ସ.)- ଦିନକୁ ଦିନ ବିଜ୍ଞାନର ଯେତିକି ଅଗ୍ରଗତି ହେଉଛି ଜୀବନଗନର ସେମିତି କ୍ଷତି ହେବାରେ ଲାଗିଛି । ନୂତନ ଯନ୍ତ୍ରପାତି ଆବିଷ୍କାର ବେଳେ ଅନେକ ଜୀବ ଦୁନିଆରୁ ଲୋପ ପାଇବାରେ ଲାଗିଛନ୍ତି । କୋରାପୁଟ ଜିଲ୍ଲାରେ ବର୍ଷାର ଆଗମନରେ ଅଂଚଳର ବିଲବାଡ଼ି, ପଡ଼ିଆରେ ଆପେ ସାଧବ ବୋହୂ ବହୁ ସଂଖ୍ୟାର
ସମୟର ଚକ୍ରରେ ଲୋପ ପାଉଛି ‘ସାଧବ ବୋହୂ’


ଜୟପୁର, ୯ ଜୁଲାଇ (ହି.ସ.)- ଦିନକୁ ଦିନ ବିଜ୍ଞାନର ଯେତିକି ଅଗ୍ରଗତି ହେଉଛି ଜୀବନଗନର ସେମିତି କ୍ଷତି ହେବାରେ ଲାଗିଛି । ନୂତନ ଯନ୍ତ୍ରପାତି ଆବିଷ୍କାର ବେଳେ ଅନେକ ଜୀବ ଦୁନିଆରୁ ଲୋପ ପାଇବାରେ ଲାଗିଛନ୍ତି । କୋରାପୁଟ ଜିଲ୍ଲାରେ ବର୍ଷାର ଆଗମନରେ ଅଂଚଳର ବିଲବାଡ଼ି, ପଡ଼ିଆରେ ଆପେ ସାଧବ ବୋହୂ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଥିଲା ଓ ଧୀରେ ଧୀରେ ଏହା ଆଉ ପ୍ରାୟତଃ ଦେଖାଯାଉ ନାହାନ୍ତି । ବର୍ଷା ପରେ ଯେତେବେଳ ଘାସ ତିଆରି ହୋଇ ଧରଣୀ ରାଣୀକୁ ସବୁଜ ଶାଢ଼ୀ ପିନ୍ଧାଇ ଦିଏ, ସେହି ସମଯରେ ପ୍ରକୃତିର କେଉଁ କୋଣରୁ ଲାଭ ଟୁଳମୂଳ ସାଧବ ବୋହୂମାନେ ମାଟି ଉପରକୁ ବାହାରି ପଡ଼ି ପ୍ରକୃତିର ସୌନ୍ଦର୍ଯ୍ୟକୁ ଶତଗୁଣ କରି ସଜାଇ ଦିଅନ୍ତି । ଏ ଦୃଶ୍ୟ ଦେଖି କବି ଓ ପ୍ରକୃତି ପ୍ରେମୀମାନଙ୍କୁ ଭାବପ୍ରବଣ କରିଦିଏ । ଯଦି ନିଜ ଭାଷାରେ ଲେଖି ଅନେକ କବିତା କବିର ଭାଷାରେ ସାଧବ ବୋହୂ ସବୁ ଧରଣୀ ରାଣୀର ସବୁଜ ରଙ୍ଗର ଶାହାରେ କାମ ମୋଟି ପରି ସବୁ ଲଟକି ରହୁଛନ୍ତି । ସାଧକ ବୋହୂର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କୁନି ଛୋଟ ପିଲାଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ଖୁବ୍ ଆନନ୍ଦ ଅନୁଭବ କରିଥାନ୍ତି! ହାତରେ ଗୋଟାଇ ଖେଳିବାରେ ମାଡିଯାନ୍ତି । କିନ୍ତୁ ବର୍ତମାନ ଦିନ ଆସିଛି ସେହି ଛୋଟ ଜୀବଟି ପ୍ରକୃତିର ପ୍ରତିକୂଳ ପରିବେଶରେ ଖାପ ଖୁଆଇ ନ ପାରି ଦିନକୁ ଦିନ ଧରା ବକ୍ଷରୁ ଉଭେଇ ଯାଉଛନ୍ତି! ସାଧବ ବୋହୁ ଏକ କୀଟ ପ୍ରଜାତିର । ଏହାକୁ ଇଂରାଜୀରେ “ଲେତି ଦ”ର୍ ବୋଲି କୁହାଯାଉଥିବା ବେଳେ ବୈଜ୍ଞାନିକଙ୍କ ଭାଷାରେ ପ୍ରାଣୀ ବିଜ୍ଞାନରେ 'ଅଢେର ଅଗଚିଳିତା' କୁହାଯାଏ । ଏହି କୀଟ ବର୍ଷା ଦିନରେ ମାଳି ଭିତରୁ ଉପରକୁ ଆସନ୍ତି ଆସିବା ରାସ୍ତାରେ ମାହିଁ ଭିତରେ ଏକ ସୁତଙ୍ଗ ରାସ୍ତା ସୃଷ୍ଟି ହୁଏ! ଯହାରା ଅମ୍ଳଜାନ ବାଷ୍ପ ମାଟି ଭିତରକୁ ସୁବିଧାରେ ପ୍ରବେଶ କରି ଚାଷ ଜମିକୁ ଉର୍ବର କରିଥାଏ ବୋଲି ଚାଷୀମାନେ ବିଶ୍ୱାସ କରିଥାନ୍ତି। ଏହା ଏକ କ୍ଷତିକାରର କୀଟ ନୁହେଁ । ଏମାରଙ୍କ ବର୍ତମାନ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ରାସାୟନିକ ସାର ଓ ଜୀଟନାଶକ ଅଧିକ ଅମା ଆଶାରେ ଚାଷୀ ଜମିମାନଙ୍କର ବ୍ୟବହାର ଯୋଗୁଁ ସାଧବ ବୋହୂର ବଂଶ ଲୋପ ପାଇଯାଉଛି ବୋଲି ପ୍ରକୃତି ପ୍ରେମୀମାନେ ମତ ଦେଉଛନ୍ତି । ପତଙ୍ଗମାନଙ୍କୁ ଯେପରି ଅନୁକୂଳ ପରିବେଶରେ ବଂଚାଇ ରଖାଯାଉଛି ସେହିଭଳି ଏହି ନିର୍ଭିକ କୀଟର ସୁରକ୍ଷା କରାଯାଉ ବୋଲି ପ୍ରକୃତି ପ୍ରେମୀମାନେ ଦାବି କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande