କେନ୍ଦ୍ରାପଡ଼ାରେ ଧର୍ମଘଟର ଆଂଶିକ ପ୍ରଭାବ
କେନ୍ଦ୍ରାପଡ଼ା, ୦୯ ଜୁଲାଇ(ହି.ସ.) – କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଓ ସହଯୋଗୀ ଅନୁଷ୍ଠାନ ପକ୍ଷରୁ ଆଜି ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡାରେ ବିଭିନ୍ନ ସ୍ଥାନରେ ବନ୍ଦ ପାଳିତ ହୋଇଯାଇଛି। ସହରର ତିନିମୁହାଣୀ ଛକରେ ଧର୍ମଘଟକାରୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ସେହି
କେନ୍ଦ୍ରାପଡ଼ାରେ ଧର୍ମଘଟର ଆଂଶିକ ପ୍ରଭାବ


କେନ୍ଦ୍ରାପଡ଼ା, ୦୯ ଜୁଲାଇ(ହି.ସ.) – କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଓ ସହଯୋଗୀ ଅନୁଷ୍ଠାନ ପକ୍ଷରୁ ଆଜି ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡାରେ ବିଭିନ୍ନ ସ୍ଥାନରେ ବନ୍ଦ ପାଳିତ ହୋଇଯାଇଛି। ସହରର ତିନିମୁହାଣୀ ଛକରେ ଧର୍ମଘଟକାରୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀମାନଙ୍କ ପକ୍ଷରୁ ଧାରଣା ଦିଆଯାଇଥିଲା। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକାରୀମାନେ ପିକେଟିଂ କରିଥିଲେ। କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବା, ଚାଷୀର ସମସ୍ତ ଫସଲ କ୍ରୟ ପାଇଁ ଆଇନଗତ ଗ୍ୟାରେଂଟି ଦେବା, କୃଷକଙ୍କ ରୁଣ ଛାଡ କରିବା, ମନରେଗା ଯୋଜନାରେ ଦୁଇଶହ ଦିନ କାମ, ମାସିକ ପେନସନ ୯ ହଜାର ଟଙ୍କା, ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଲାଗୁ କରିବା ଓ ଘରୋଇକରଣ ବନ୍ଦ କରିବା ପ୍ରଭୃତି ୧୮ ଦଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ଏଥିରେ ଟ୍ରେଡ଼ ୟୁନିଅନ ମାନଙ୍କ ମିଳିତ ମଂଚ, ସ୍ୱାଧୀନ ଫେଡେରେସନ ସମୂହ, ସଂଯୁକ୍ତ କିଷାନ ମୋର୍ଚା, କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ମଧ୍ୟ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande