ଭୁବନେଶ୍ୱର, 9 ଜୁଲାଇ (ହି.ସ.)
- ଆଜିଠୁ
ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢା । ଲୀଳାଖେଳା ସାରି ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜିଉ । ନୀଳକନ୍ଦରରେ
ବିଜେ କରିଛନ୍ତି ନୀଳାଦ୍ରିନାଥ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ଆରମ୍ଭ ହୋଇଛି । ପ୍ରଥମ
ନୀଳାଚଳ ଅବଢ଼ା ପାଇବା ପାଇଁ ଭକ୍ତ ବ୍ୟାକୁଳ ଅଛନ୍ତି । ଗତକାଲି ନବଦିନାତ୍ମକ ଯାତ୍ରା ସାରି
ବାହୁଡ଼ିଛନ୍ତି ମହାପ୍ରଭୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା