ଦୁର୍ଘଟଣାରେ ଶିକ୍ଷକ ଗୁରୁତର
ଧର୍ମଶାଳା,୯ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଭାଲୁଖାଇ ରାସ୍ତା ନିକଟରେ ଦୁର୍ଘଟଣା ଶିକାର ହୋଇ ଶିକ୍ଷକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗୁରୁତର ଶିକ୍ଷକ ଜଣକ ହେଲେ ସ୍ଥାନୀୟ କୁମାରୀ ଅଂଚଳର ଦେବରାଜ ମିଶ୍ର ବୋଲି ଜଣାପଡିଛି । ସେ ଗତ କାଲି ବିଳମ୍ବିତ
ଦୁର୍ଘଟଣାରେ ଶିକ୍ଷକ ଗୁରୁତର


ଧର୍ମଶାଳା,୯ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଭାଲୁଖାଇ ରାସ୍ତା ନିକଟରେ ଦୁର୍ଘଟଣା ଶିକାର ହୋଇ ଶିକ୍ଷକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗୁରୁତର ଶିକ୍ଷକ ଜଣକ ହେଲେ ସ୍ଥାନୀୟ କୁମାରୀ ଅଂଚଳର ଦେବରାଜ ମିଶ୍ର ବୋଲି ଜଣାପଡିଛି । ସେ ଗତ କାଲି ବିଳମ୍ବିତ ରାତି ସ୍ଥାନୀୟ ଭାଲୁଖାଇସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରସରରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁ ଥିବା ସମୟରେ ଭାଲଖାଇ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଶିକ୍ଷକ ସଂଘ ପକ୍ଷରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande