ରଥ ଉପରେ ଶ୍ରୀଜଗନ୍ନାଥ ଙ୍କୁ ଲାଗି ହେଲା ବ୍ରହ୍ମକମଳ
ପୁରୀ, 9 ଜୁଲାଇ (ହି.ସ.) -ନିଳାଦ୍ରୀ ବିଜେ ପାଇଁ ନନ୍ଦିଘୋଷ ରଥ ରେ ବିଜେ ଶ୍ରୀଜଗନ୍ନାଥ ଙ୍କ ପହଣ୍ଡି ପାଇଁ ପ୍ରସ୍ତୁତି ଚାଲିଥିଲା | ଏହି ସମୟରେ ଜଣେ ଭକ୍ତ ଙ୍କ ବାଡ଼ିରେ ଫୁଟିଥିବା ବ୍ରହ୍ମ କମଳ ଫୁଲ ଶୁଦ୍ଧିପୁତ ଭାବେ ଆଣି ଦଇତାପତି ସେବକ ଙ୍କୁ ଦେଇଥିଲେ|ସେବକ ମହାପ୍ରଭୁ ଙ୍କୁ ଏହି ଫୁଲ ଲାଗିକରିଥିଲେ|
ରଥ ଉପରେ ଶ୍ରୀଜଗନ୍ନାଥ ଙ୍କୁ ଲାଗି ହେଲା ବ୍ରହ୍ମକମଳ


ପୁରୀ, 9 ଜୁଲାଇ (ହି.ସ.) -ନିଳାଦ୍ରୀ ବିଜେ ପାଇଁ ନନ୍ଦିଘୋଷ ରଥ ରେ ବିଜେ ଶ୍ରୀଜଗନ୍ନାଥ ଙ୍କ ପହଣ୍ଡି ପାଇଁ ପ୍ରସ୍ତୁତି ଚାଲିଥିଲା | ଏହି ସମୟରେ ଜଣେ ଭକ୍ତ ଙ୍କ ବାଡ଼ିରେ ଫୁଟିଥିବା ବ୍ରହ୍ମ କମଳ ଫୁଲ ଶୁଦ୍ଧିପୁତ ଭାବେ ଆଣି ଦଇତାପତି ସେବକ ଙ୍କୁ ଦେଇଥିଲେ|ସେବକ ମହାପ୍ରଭୁ ଙ୍କୁ ଏହି ଫୁଲ ଲାଗିକରିଥିଲେ| ଏହା ଦେଖି ଭକ୍ତ ଆନନ୍ଦିତ ହୋଇଥିଲେ| ଭକ୍ତ ଜଣକ ହେଲେ ବାଲିଘାଟ ନିକଟ ଭାରତୀପୁର ର ସୁନିତା ତ୍ରିପାଠୀ | ମହାପ୍ରଭୁ ଙ୍କ ଆଶ୍ରିବାଦ ରୁ ଏହି ଫୁଲ ରଥ ଉପରେ ଲାଗିପାରିଥିଲା ବୋଲି ସୁନିତା କହିଛନ୍ତି |ଫୁଲ ତୋଳିବା ପୂର୍ବରୁ ଗଛ କୁ ଧୂପ, ଦୀପ ଦିଆଯାଇ ପୂଜାର୍ଚ୍ଚନା କରାଯାଇଥିଲା |ବୁଧବାର ସକାଳୁ ସାହି ବାସିନ୍ଦା ମାନେ ଗଛ ଦେଖିବା ସହ ମୁଣ୍ଡିଆ ମାରିଥିଲେ | ବ୍ରହ୍ମା ଙ୍କ ନାଭି ମଣ୍ଡଳ ରୁ ଏହି ଫୁଲ ସୃଷ୍ଟି ହୋଇଛି ବୋଲି ବିଶ୍ୱାସ ରହିଛି |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande