ଧର୍ମଶାଳା,୯ଜୁଲାଇ(ହି.ସ.) - ଦିନରେ ଡେଲିଭରି ବୟ । ରାତି କଳାକନା ବୁଲାଇ ଚୋରି କରିବା ନିଶା । ଏଭଳି ଘଟଣା ଦେଖିବାକୁ ମିଳିଥିଲା ଯାଜପୁର ଜିଲା ବୈରୀ ଥାନା ଅଂଚଳରେ । ଏକ ପ୍ରତିଷ୍ଠିତ କମ୍ପାନୀର ଡେଲିଭରି ବୟଭାବେ କାମ କରି ଆସୁଥିବା ଯୁବକ ରାତିରେ ଚୋରି ପୋଲିସ ହାବୁଡରେ ପଡିଛନ୍ତି । ଡେଲିଭରି ବୟ ଜଣକ ହେଲେ ଛତିଆ ସୋଲର ଅଂଚଳର ରଶ୍ମି ରଂଜନ ରାଉତଙ୍କ ପୁଅ ରାଜେଶ(୨୦)ବୋଲି ଜଣାପଡିଛି ।
ବୈରୀ ଥାନା ଅନ୍ତର୍ଗତ ସୋଲର ବଜାରରେଥିବା ଏକ ମୋବାଇଲ ଦୋକାନରୁ ୨୦୨୪ ମସିହ ସେପ୍ଟେମ୍ବର ମାସରେ କେହି ଦୃବୃତ ରାତିରେ ସର୍ଟର କାଟି ବହୁ ନାମିଦାମୀ କମ୍ପାନୀର ମୋବାଇଲ ଓ ନଗଦ ଟଙ୍କା ଚୋରି ହୋଇଯାଇଥିବା ନେଇ ଦୋକାନୀ ସତ୍ୟଜିତ ସାହୁ ବୈରୀ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତି କରି ବୈରୀ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ରାଜେଶକୁ ବିଳମ୍ବିତ ରାତିରେ ଗିରଫ କରିଥିଲା । ଦିନରେ ଡେଲିଭରୀ ବୟ ଭାବେ କାମ କରି ସନ୍ଧ୍ୟାରେ ଯୋଜନା କରି ରାତିରେ ଚୋରି କରୁଥିବା ନେଇ ପୋଲିସ ସୂଚନା ଦେଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ