ଏବିଭିପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 9 ଜୁଲାଇ (ହି.ସ.)- ଏବିଭିପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଜୀବନରେ ରାଷ୍ଟ୍ରଭକ୍ତି, ସାମାଜିକ ସଚେତନତା ଓ ସଂଗଠନ ଶକ୍ତିର ବୀଜ ରୋପଣ
ଏବିଭିପି ପ୍ରତିଷ୍ଠା ଦିବସର     ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 9 ଜୁଲାଇ (ହି.ସ.)- ଏବିଭିପି

ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଜୀବନରେ ରାଷ୍ଟ୍ରଭକ୍ତି,

ସାମାଜିକ ସଚେତନତା ଓ ସଂଗଠନ ଶକ୍ତିର ବୀଜ ରୋପଣ

କରୁଥିବା ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର ସ୍ଥାପନା ଦିବସର ଅବସରରେ ସମସ୍ତ ପରିଷଦ ପରିବାରକୁ ହାର୍ଦ୍ଦିକ

ଶୁଭେଚ୍ଛା ଓ ଅଭିନନ୍ଦନ।

ବିଶ୍ୱର ସବୁଠୁ ବଡ଼ ଛାତ୍ର ସଂଗଠନ ଭାବରେ ଅଖିଲ

ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜରୁରୀକାଳିନ ପରିସ୍ଥିତିର କଳା ସମୟରୁ ଆରମ୍ଭ କରି ସୀମାନ୍ତ

ଅଞ୍ଚଳର ସୁରକ୍ଷା ଓ ସାଂସ୍କୃତିକ ଜାଗରଣ ପର୍ଯ୍ୟନ୍ତ ସର୍ବଦା ରାଷ୍ଟ୍ରଧର୍ମକୁ ସର୍ବୋପରି ରଖି

ବିଦ୍ୟାର୍ଥୀ ଓ ଯୁବପିଢ଼ିଙ୍କୁ ସଚେତନ ଓ ସଂଗଠିତ କରିଛି। ମୋତେ ଗର୍ବ ଅନୁଭବ ହୁଏ ଯେ ମୁଁ ମଧ୍ୟ ଏହି ଗୌରବମୟ ପରମ୍ପରାର ଏକ ଅଂଶ ।

ଏବିଭିପି ଜ୍ଞାନ,

ଶୀଳ ଓ ଏକତାର ମନ୍ତ୍ର ସହିତ ରାଷ୍ଟ୍ର

ନିର୍ମାଣର ଦିଗରେ ଅଗଣିତ ପ୍ରେରଣାଦାୟକ କାର୍ଯ୍ୟ କରିଛି। ମୋର କାମନା ଯେ ଏବିଭିପିର ପ୍ରତ୍ୟେକ

କାର୍ଯ୍ୟକର୍ତ୍ତା ଆଗାମୀ ବର୍ଷଗୁଡିକରେ ଅଧିକ ଶକ୍ତି, ଚିନ୍ତନ ଓ ସଂକଳ୍ପ ସହିତ ବିକାଶଶୀଳ ଭାରତ ର ସ୍ୱପ୍ନ ସାକାର କରିବାରେ ଲାଗି ରୁହନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande