ଭୁବନେଶ୍ୱର,
9 ଜୁଲାଇ (ହି.ସ)- ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି
ନାହିଁ।ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି । ଆଜି ମୁଣ୍ଡଳି ଠାରେ ୪.୪୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।ଏଠାରେ ଜଳ ପ୍ରବାହ ଏବେ ସ୍ଥିର
ଅଛି।ଆଗକୁ ଏହା ଆହୁରି କମିଯିବ।ଖୋଲାଯାଇଥିବା ୨୦ ଟି ଗେଟ୍ ରୁ ଏବେ ହୀରାକୁଦର ୪ଟା ଗେଟ୍
ବନ୍ଦ କରାଯାଇଛି।୧୬ ଗେଟ୍ ଖୋଲା ଅଛି।ମୟୂରଭଞ୍ଜ ଜିଲ୍ଲାରେ କିଛି ମାତ୍ରାରେ ବର୍ଷା ହୋଇଛି।ସୁବର୍ଣ୍ଣରେଖାରେ ଜଳସ୍ତର ବଢି
ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି।ହେଲେ ବିପଦ ସଂକେତ ଟପିବ ନାହିଁ।ଝାଡ଼ଖଣ୍ଡର ଅର୍ଦ୍ଧନିର୍ମିତ ଚାନ୍ଦିଲି
ଡ୍ୟାମ ଯୋଗୁଁ ପାଣି ଓଡ଼ିଶା ଆସୁଛି।ବ୍ରହ୍ମଣୀରେ ରେଙ୍ଗାଳି ଠାରେ ଦୁଇଟି ଗେଟ ଦେଇ ଜଳ ନିଷ୍କାସନ
ହେଉଛି।ବୈତରଣୀ ଆଖୁଆପଦାରେ ସତର୍କ ସଂକେତରେ ଅଛି, ହେଲେ ବନ୍ୟା ନାହିଁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା