ହୀରାକୁଦର ଜଳଭଣ୍ଡାରର ୧୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ
ଭୁବନେଶ୍ୱର, 9 ଜୁଲାଇ (ହି.ସ.) - ଏବେ ହୀରାକୁଦର ଜଳଭଣ୍ଡାରର ୧୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମ୍‌ ବାମପଟର ୧୧ ଗେଟ୍‌ ଖୋଲା ରହିଥିବା ବେଳେ ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳସ୍ତର ୬୦୬ ଦଶମିକ ୨୩ ଫ
ହୀରାକୁଦର ଜଳଭଣ୍ଡାରର ୧୬ଟି     ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ


ଭୁବନେଶ୍ୱର, 9 ଜୁଲାଇ (ହି.ସ.)

- ଏବେ ହୀରାକୁଦର

ଜଳଭଣ୍ଡାରର ୧୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମ୍‌ ବାମପଟର ୧୧

ଗେଟ୍‌ ଖୋଲା ରହିଥିବା ବେଳେ ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ

ହୀରାକୁଦ ଜଳସ୍ତର ୬୦୬ ଦଶମିକ ୨୩ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୯ ହଜାର ୧୦

କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୮୩୯ କ୍ୟୁସେକ୍ ଜଳ

ନିଷ୍କାସିତ ହେଉଛି । ସ୍ପିଲ୍‌ୱେ ପାଇଁ ଯାଉଛି ୨ ଲକ୍ଷ ୩୨ ହଜାର ୮୯୬ କ୍ୟୁସେକ୍ ପାଣି । ପାୱାର ଚ୍ୟାନେଲ ପାଇଁ

ଛଡ଼ାଯାଉଛି ୩୩ ହଜାର ୭୦୮ କ୍ୟୁସେକ୍ ପାଣି । ହୀରାକୁଦରେ ୬୪

ସ୍ଲୁଇସ୍ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ଟି ଗେଟ୍ ରହିଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ

ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande