ଜେଲରୁ ବାହାରିଲେ ଜଗା ପ୍ରଧାନ
ଭୁବନେଶ୍ୱର, ୯ ଜୁଲାଇ (ହି.ସ)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଜାମିନ୍ ପାଇବା ପରେ ବୁଧବାର ଅପରାହଣରେ ଝାରପଡ଼ା ଜେଲରୁ ବାହାରିଛନ୍ତି। ଜଗା ପ୍ରଧାନ ଜେଲ୍
ଜେଲରୁ ବାହାରିଲେ ଜଗା ପ୍ରଧାନ


ଭୁବନେଶ୍ୱର, ୯ ଜୁଲାଇ (ହି.ସ)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଜାମିନ୍ ପାଇବା ପରେ ବୁଧବାର ଅପରାହଣରେ ଝାରପଡ଼ା ଜେଲରୁ ବାହାରିଛନ୍ତି। ଜଗା ପ୍ରଧାନ ଜେଲ୍ ରୁ ବାହାରିଲା ପରେ ତାଙ୍କ ସମର୍ଥକମାନେ ତାଙ୍କର ସ୍ୱାଗତ କରିଛନ୍ତି। ବାଣ ଫୁଟାଇବା ସହ ଜଗା ପ୍ରଧାନଙ୍କୁ ଫୁଲମାଳ ପିନ୍ଧାଇଛନ୍ତି। '

ଜଗନ୍ନାଥ ପ୍ରଧାନଙ୍କୁ ବୁଧବାର ଖୋର୍ଦ୍ଧା ଜିଲା ଦୌରାଜଜ ଜାମିନ ପ୍ରଦାନ କରିଥିଲେ। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି। ନିକଟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅତିରିକ୍ତ କମିସନରଙ୍କ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (ବିଏନ୍‌ଏସ୍‌) ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଥିଲା। ପୂର୍ବରୁ କୋର୍ଟରେ ଜଗନ୍ନାଥଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande