ଯୁବକଙ୍କ ବଦାନ୍ୟତା : ଲକ୍ଷାଧିକ ଟଙ୍କା ପାଇ ଫେରାଇଲେ
ଧର୍ମଶାଳା,୯ଜୁଲାଇ(ହି.ସ.) - ଏବେବି ବଂଚିଛି ମାନବିତା । ଲକ୍ଷାଧିକ ଟଙ୍କା ପାଇ ଫେରାଇ ଦେଇ ବେଶ୍ ଖୁସି ଅନୁଭବ କରୁନ୍ତି ମାହାଙ୍ଗା ଅଂଚଳର ବବ୍‌ଲୁ କୁମାର । ବବ୍‌ଲୁ ପୁରୀରୁ ବସ୍‌ରେ ଆସୁଥିବା ବଳେ ଯାଜପୁର ଜିଲା ବଡଚଣା ବ୍ଲକ ଛତିଆ ନିକଟରେ ବସରୁ ଓହ୍ଲାଇବା ସମୟରେ ଏକ ବ୍ୟାଗକୁ ଭୁଲ ବଶଃତ ସାଙ୍ଗରେ ନ
ଯୁବକଙ୍କ ବଦାନ୍ୟତା : ଲକ୍ଷାଧିକ ଟଙ୍କା ପାଇ ଫେରାଇଲେ


ଧର୍ମଶାଳା,୯ଜୁଲାଇ(ହି.ସ.) - ଏବେବି ବଂଚିଛି ମାନବିତା । ଲକ୍ଷାଧିକ ଟଙ୍କା ପାଇ ଫେରାଇ ଦେଇ ବେଶ୍ ଖୁସି ଅନୁଭବ କରୁନ୍ତି ମାହାଙ୍ଗା ଅଂଚଳର ବବ୍‌ଲୁ କୁମାର । ବବ୍‌ଲୁ ପୁରୀରୁ ବସ୍‌ରେ ଆସୁଥିବା ବଳେ ଯାଜପୁର ଜିଲା ବଡଚଣା ବ୍ଲକ ଛତିଆ ନିକଟରେ ବସରୁ ଓହ୍ଲାଇବା ସମୟରେ ଏକ ବ୍ୟାଗକୁ ଭୁଲ ବଶଃତ ସାଙ୍ଗରେ ନେଇ ଆସିଥିଲେ । ପରେ ଏହି ବ୍ୟାଗ ଭିତରେ ଲକ୍ଷାଧିକ ଟଙ୍କା ଓ ବହୁ ଆବଶ୍ୟକୀୟ କାଗଜପତ୍ର ଥିବା ଜାଣିବାକୁ ପାଇ ସେ ନିକଟସ୍ଥ ଶାରଳା ହୋଟେଲ ମାଲିକ ହରିହର ରଥକୁ ଜଣାଇଥିଲେ । ପରେ କାଗଜପତ୍ରକୁ ଦେଖି ଅଜୟ ଦାସଙ୍କୁ ଯୋଗଯୋଗ କରାଯାଇଥିଲା । ଅଜୟ ନିଜର ପରିଚୟ ଓ ସଠିକ୍ ପ୍ରମାଣ ପତ୍ର ଦେଇ ଟଙ୍କା ବ୍ୟାଗ ନେଇଥିବା ବେଳେ ବବୁଲର ଏହି ମହାନତା ପାଇଁ ଅଜୟ ତାଙ୍କୁ ସାଧୁବାଦ ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande