ରଥ ଡିୟୁଟି ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା
ପୁରୀ, ୯ ଜୁଲାଇ (ହି.ସ.) - ମହାପ୍ରଭୁଙ୍କ ରଥଯାତ୍ରା ରେ ସାମିଲ ହେବା ଏକ ଗୌରବର କଥା।ତେବେ ଏହାକୁ କେବଳ ଡିୟୁଟି ଅପେକ୍ଷା ଯଦି ମହାପ୍ରଭୁଙ୍କ ସେବା ବୋଲି ଭାବି କାର୍ଯ୍ୟ କରିବା ତେବେ ଆନନ୍ଦ ଲାଗିବ ବୋଲି ମତ ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା। ଆଜି ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ରଥଯାତ୍ରା କାର୍ଯ୍ୟ
ରଥ ଡିୟୁଟି ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା।


ପୁରୀ, ୯ ଜୁଲାଇ (ହି.ସ.) - ମହାପ୍ରଭୁଙ୍କ ରଥଯାତ୍ରା ରେ ସାମିଲ ହେବା ଏକ ଗୌରବର କଥା।ତେବେ ଏହାକୁ କେବଳ ଡିୟୁଟି ଅପେକ୍ଷା ଯଦି ମହାପ୍ରଭୁଙ୍କ ସେବା ବୋଲି ଭାବି କାର୍ଯ୍ୟ କରିବା ତେବେ ଆନନ୍ଦ ଲାଗିବ ବୋଲି ମତ ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା। ଆଜି ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ମାଜିଷ୍ଟ୍ରେଟ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଏଥିରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ରାଣା ରଥଯାତ୍ରା ଏକ ସାମୁହିକ କାର୍ଯ୍ୟ। ସମସ୍ତଙ୍କ ସମନ୍ୱୟ ଓ ସହଯୋଗ ରେ ଏହା ସଫଳ ହୋଇଛି। ମାଜିଷ୍ଟ୍ରେଟ ମାନେ ସେମାନଙ୍କ ଡିୟୁଟି ସମୟରେ ଅନୁଭବ କରିଥିବା ପରିସ୍ଥିତି, ତାହାର ସମାଧାନ,ରଥଯାତ୍ରା ରେ ଶ୍ରଦ୍ଧାଳୁଙ୍କ ପାଇଁ ଅଧିକ ଶୃଙ୍ଖଳା ଓ ସୁବିଧା ଲାଗି ଅଭିଜ୍ଞତାକୁ ଆଧାର କରି ନିଜ ନିଜର ମତାମତ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯାହା ଆଧାର ରେ ଭବିଷ୍ୟତ ପାଇଁ ଅଧିକ ପ୍ରସ୍ତୁତି କରାଯାଇ ପାରିବ ବୋଲି ସେ କହିଥିଲେ। ପରେ ଦାୟିତ୍ୱ ନିର୍ବାହ କରିଥିବା ମାଜିଷ୍ଟ୍ରେଟ ମାନଙ୍କୁ ମହାପ୍ରଭୁଙ୍କ ପ୍ରସାଦ ପ୍ରଦାନ କରାଯାଇ ବିଦାୟ ଦିଆଯାଇଥିଲା। ମାଜିଷ୍ଟ୍ରେଟ ମାନେ ସେମାନଙ୍କ ଅନୁଭବ କୁ ବର୍ଣ୍ଣନା ସହ ବିବିଧ ପ୍ରସ୍ତାବ ମାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande