ଭୁବନେଶ୍ୱର, ୦୯ ଜୁଲାଇ (ହି.ସ.) - ରାଜଧାନୀରେ ୱାଟର ଲଗିଙ୍ଗ କମ୍ କରାଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହା ଉପରେ ଅନୁଧ୍ୟାନ କରୁଛନ୍ତି। ଏହାକୁ ନେଇ ଆହୁରି ଯୋଜନା କରାଯାଉଛି।
ଯେଉଁ ଯେଉଁ ଜାଗାରେ ୱାଟର ଲଗିଙ୍ଗ ହେଉଛି ସେସବୁ ଜାଗାରେ ନ ହେବା ପାଇଁ ପ୍ରୟାସ ଜାରି ରହିଛି। ବର୍ଷା ପୂର୍ବରୁ ସ୍ୱତନ୍ତ୍ର ଟିମ୍ ଦ୍ୱାରା ୱାଟର ଲଗିଙ୍ଗ ପଏଂଟ ସବୁକୁ ମନିଟରିଙ୍ଗ କରାଯାଇଥିଲା। ସେସବୁ ପଏଂଟରେ ଜଳ ନିଷ୍କାସନ ପାଇଁ ଗୁରୁତ୍ୱ ଦିଆଯାଉଛି। ୱାଟର ଲଗିଙ୍ଗ କେମିତି ନ ହେବ ସେଥିପାଇଁ ଚେଷ୍ଟା କରାଯାଉଛି।
ଅନ୍ୟପକ୍ଷରେ ରାଜଧାନୀ ରାସ୍ତାରେ ଅଯଥା ଖୋଳା ଯିବା ଅଭିଯୋଗ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ ଅଯଥା ଖୋଳା ଯାଉ ନଥିବ। ଯେଉଁଠି ଆବଶ୍ୟକତା ବା କାମ ଥିବ ସେଠାରେ ଖୋଳା ଯାଉଥିବ। ଯଦି ସେମିତି ଅଭିଯୋଗ ଆସେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା