ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - ଶ୍ରୀଜଗନ୍ନାଥ ସଂସ୍କୃତି ଆମ ମାନବୀୟ ସଂସ୍କୃତିର ମୌଳିକ ଉତ୍ସ। ସପ୍ତାହ ବ୍ୟାପୀ ଭାଗବତ ପାରାୟଣ ମଣିଷକୁ ଅତି ଶୁଦ୍ଧ ଓ ପବିତ୍ର ଅତି ମହତ୍ତ୍ୱପୂର୍ଣ୍ଣ ବୋଲି ଭଦ୍ରକ ନିକଟସ୍ଥ ଉତ୍ତରବାହିନୀ ଠାରେ ଶ୍ରୀଶ୍ରୀ ଗଜପତି ମୁକୁନ୍ଦଦେବଙ୍କ ଅମଳରୁ ନିମିର୍ତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଉତ୍ତରବାହିନୀ ଓ ନିକଟବର୍ତ୍ତୀ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଭାଗବତ ପାରାୟଣ ସୂଚକ ଆଧ୍ୟାମିିକ ସଭାରେ ‘ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି’ର ବକ୍ତାଗଣ ମତ ପ୍ରକାଶ କରିଥିଲେ। ଏହି ସଭାରେ ପ୍ରଚାର ସିମତିର ମୁଖ୍ୟପରିଚାଳକ ପଣ୍ଡିତ ଭାଗିରଥି ନନ୍ଦଶର୍ମା ଅଧ୍ୟକ୍ଷତା କରିଥିଲେ। ସଭା ପ୍ରାରମ୍ଭରେ ମୁଖ୍ୟ ଆବାହକ ଶରତ କୁମାର ସାହୁ ଭଗବତ୍ ଗୀତାର ସ୍ତୁତି ପାଠ ପୂର୍ବକ ପ୍ରଚାର ସିମତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପରିବେଷଣ କରିଥିଲେ। ସମିତିର ପ୍ରବଚକ ମଣ୍ଡଳୀରୁ ପ୍ରବଚିକା ଭାବରେ ବିଶ୍ୱମୈତ୍ରୀ ନାୟକ, ସୁଶ୍ରୀ ତପସ୍ୱିନୀ ପାଢ଼ୀ, ଅନିତା କର, ଅନ୍ନପୂର୍ଣ୍ଣା ଦେବୀ ନିଜନିଜ ବକ୍ତବ୍ୟରେ ଶ୍ରୀମଦ୍ ଭାଗବତ ମହାପୁରାଣ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଭାଗବତ ମହାପୁରାଣର ସଂସ୍କୃତି ଓତଃପ୍ରୋତ ଭାବେ ଜଡ଼ିତ ବୋଳି କହିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ କୁଳମଣି ନାଥ, ଶ୍ରୀକାନ୍ତ କୁମାର ଲେଙ୍କା, ବାବୁଲି ବେହେରା, ଟିକନ ରାଉତ, ସମୀର ପୃଷ୍ଟି, ଶ୍ରୀରାମ ଚନ୍ଦ୍ର ପରିଡ଼ା, ମନ୍ଦିର ଟ୍ରଷ୍ଟି ସୂର୍ଯ୍ୟମଣି ନାୟକ, ଗୋବିନ୍ଦ ଚନ୍ଦ୍ର ନାୟକ, ମନ୍ଦିର ପୂଜକ ରମ।।କନ୍ତ ପାଣିଗ୍ରାହି, ପ୍ରଚାର ସମିତିର ନୀରିକ୍ଷକ ପ୍ରଶାନ୍ତ କୁମାର ଦେ, ସଂକୀତ୍ତର୍ନ ତତ୍ତ୍ୱାବଧାରକ ସୁରେନ୍ଦ୍ର ପ୍ରସାଦ ନାୟକ, ରତିକାନ୍ତ ନାୟକ, ପ୍ରଫୁଲ୍ଳ ନାୟକ, ଭରତ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ମହିଳା ମଣ୍ଡଳୀର ବହୁ ସେବିକା, ଗ୍ରାମବାସୀ ସହଯୋଗ କରିଥିଲେ। ଶେଷରେ ଶ୍ରୀକାନ୍ତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ ପରେ ପ୍ରସାଦ ବଣ୍ଟନ କରାଯାଇଥିଲା
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ