ବଲାଙ୍ଗୀର, ୧୦ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲାର ବଲାଙ୍ଗିର ବ୍ଲକ ଶିବତଲା ଚାଷୀ ସମବାୟ ସମିତିରେ ୟୁରିଆ ସାର ପାଇଁ ଚାଷୀ ହନ୍ତସନ୍ତ। ଖାଲି ଶିବତଲା ନୁହେଁ ଆହୁରି ଅନେକ ପେକ୍ସର ଚାଷୀ ୟୁରିଆ ସାର ପାଉନାହାଁନ୍ତି। କୃଷି ବିଭାଗର କହିବା ଅନୁସାରେ ଚାଷୀ ଧାନ ତଳିରୋପଣ କରିବାର ୨୧ ଦିନରୁ ୨୫ ଦିନରେ ସେକେଣ୍ଡ ଡୋଜ୍ମାନେ ଦୃତୀୟ ଥର ସାର ଦେବା କଥା କିନ୍ତୁ ରୋପଣର ୫୦- ୬୦ ଦିନ ହୋଇ ଗଲାଣି ୟୂରିଆ ସାର ଅଭାବରୁ ଚାଷୀ ନିଜ ଚାଷ ଜମିରେ ସାର ଦେଇ ପାରୁନାହିଁ। ଶିବତଲା କୃଷି ସମବାୟରେ ଏ ପର୍ଯ୍ୟନ୍ତ ୧୨୦୦ ବସ୍ତା ୟୁରିଆ ସାର ଆସିଛି। ଯାହାକି ସମୂଦ୍ରକୁ ସଂଖେ। ସମବାୟର ଋଣୀ ଚାଷୀ ୭୫୦ ଅଛନ୍ତି ବାକି ଅଣଋଣୀ ଚାଷୀ ପାଖାପାଖୀ ୯୦୦। ତେବେ ମୋଟ ଚାଷୀ ୧୭୦୦ ପାଖାପାଖି ତା’ହେଲେ କାହାକୁ କେତେ ବସ୍ତା ସାର ଦିଆଯିବ। ଏଣୁ ଚାଷୀ ନିରାଶ ହୋଇ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପେକ୍ସରେ ଜଗି ରହି ସାର ପାଉନାହାଁନ୍ତି । ଚାଷୀମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିବା ସହିତ ଧାନଚାଷରେ ବି ବାଧା ସୃଷ୍ଟି ହେବା ଲକ୍ଷ କରାଯାଉଛି । ସମବାୟ ସଭାପତିଙ୍କୁ ପଚାରିବାରୁ ସେ କହୁଛନ୍ତି ଆହୁରି ସାର ପାଇଁ ଉପରିସ୍ଥ କୃଷି ସମବାୟ ତଥା ସରକାରଙ୍କ ପାଖରେ ଜାଣାଇଛୁ। ସାର ଆହୁରି ଦେବା ପାଇଁ ପ୍ରତିଶୁତି ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ