କେନ୍ଦୁଝର, ୧୦ ସେପ୍ଟେମ୍ବର(ହି.ସ.) – ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ସେପ୍େଟମ୍ବର ୧୭ ତାରିଖ ଠାରୁ ମହାତ୍ମାଗାନ୍ଧୀ ଙ୍କ ଜୟନ୍ତୀ ଅକ୍ଟୋବର ୨ ତାରିଖ ଦୀର୍ଘ ୧୫ ଦିନ ବ୍ୟାପୀ ସେବା ପକ୍ଷ ଅବସରରେ ବିଜେପି କୃଷକ ମୋର୍ଚ୍ଚା କେନ୍ଦୁଝର ଜିଲ୍ଲାରେ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଏବଂ ଘରେ ଘରେ ବୃକ୍ଷ ଚାରା ରୋପଣ କରିବ। ଏହି ଅବସରରେ ଆଜି ବିଜେପି କୃଷକ ମୋର୍ଚ୍ଚା ଏକ ଜିଲ୍ଲା ସ୍ତରୀୟ କର୍ମଶାଳା କେନ୍ଦୁଝରଗଡ଼ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଭାଗିରଥି ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି କର୍ମଶାଳା କୁ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। କେନ୍ଦୁଝର ଜିଲ୍ଲା ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କୁ ସଫଳତାର ସହିତ ସମାପ୍ତ କାର୍ଯ୍ୟକର୍ତାମାନେ ଘରକୁ ଘର ଯାଇ ଲୋକ ସମ୍ପର୍କ କରି ବୃକ୍ଷ ରୋପଣ କରିବା ଆହ୍ୱାନ ଦେଇଥିଲେ। ତତସହିତ କେନ୍ଦ୍ର ଓ ରାଜ୍ଯ ସରକାରଙ୍କର କୃଷକ କଲ୍ୟାଣକାରୀ ଯୋଜନା ର ଲାଭ ସମସ୍ତ ଚାଷୀ ମାନେ କିପରି ପାଇବେ ସେଥିପାଇଁ କୃଷକ ମୋର୍ଚ୍ଚା ର କାର୍ଯ୍ୟକତା ମାନେ କାମ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଙ୍କ ୭୫ ତମ ଜନ୍ମ ଦିନ ରେ ରାଜ୍ୟ ସରକାର ୭୫ ଲକ୍ଷ ବୃକ୍ଷ ଚାରା ରୋପଣ କରିବା ଯେଉଁ ନିଷ୍ପତି ନେଇଛନ୍ତି ତାର ସଫଳତା ପାଇଁ ବିଜେପି କୃଷକ ମୋର୍ଚ୍ଚା ନିଷ୍ଠାର ସହିତ କାମ କରିବ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି। ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କୃଷି ଉପକରଣ, ଯନ୍ତ୍ରପାତି ଓ କୃଷି ଯାତ ଦ୍ରବ୍ଯ ରୁ ଜିଏସଟି ଛାଡ କରିଥିବାରୁ ଧନ୍ଯବାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ କାର୍ଯ୍ୟକ୍ରମ ସମସ୍ତ କାର୍ଯ୍ୟକର୍ତା ମାନଙ୍କ ତରଫରୁ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଳା ସଭାପତି ଶ୍ରୀ ଶୁକଦେବ ମହାନ୍ତ, ପାଟଣା ବିଧାୟକ ଶ୍ରୀ ଅଖିଲ ଚନ୍ଦ୍ର ନାୟକ, ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ଉପସଭାପତି ଶ୍ରୀ ରାଧାକାନ୍ତ ମହାନ୍ତ, ଜିଲ୍ଳା ବିଜେପି ସାଧାରଣ ସମ୍ପାଦକ ଶ୍ରୀ ଅନୁବ୍ରତ ବେହେରା, ଘସିପୁରା ବିଧାୟକ ପ୍ରାର୍ଥୀ ଶ୍ରୀ ଶମ୍ଭୁନାଥ ରାଉତ, କୃଷକ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଶ୍ରୀ ଶକଂର୍ଶଣ ଜେନା, ବିଜେପି ଜିଲ୍ଳା ପୂର୍ବତନ ସଭାପତି ଶ୍ରୀ ଦୀଲିପ କୁମାର ମିଶ୍ର, ବରିଷ୍ଠ ବିଜେପି ନେତା ଶ୍ରୀ ସୁବ୍ରତ କୁମାର ମହାନ୍ତି, ଶ୍ରୀଧର ସାହୁ, ଗୌତମ ନାୟକ, ଶିଶିର କୁମାର ସାହୁ, ସୁଧାକର ସାହୁ, ଅନନ୍ତ ସାହୁ, ଶିଶିର କୁମାର ସାହୁ, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ରାଜେଶ କୁମାର ସିଂହ, ବ୍ରଜ୍ ରାୟ, ଅଭିମନ୍ୟୁ ସାହୁ, ଲୋକନାଥ ପ୍ରଧାନ, କାଙ୍ଗାଳି ସେଠୀ, ଭାବଗ୍ରାହୀ ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ, ଜୟ କୃଷ୍ଣ ମହାନ୍ତ, ପ୍ରମୋଦ କୁମାର ସାହୁ, ହରିଶ୍ଚନ୍ଦ୍ର ମହାନ୍ତ, ଅଧିକାରୀ ନାଏକ, ପ୍ରଶ୍ନ କୁମାର ନାୟକ, ବିଜୁ ସାହୁ, ଉମାକାନ୍ତ ବାରିକ, ନାରାୟଣ ବାରିକ, ବିଷ୍ଣୁ ବେହେରା, ସଞ୍ଜୟ କୁମାର ସାହୁ, ଶରତ କୁମାର ସେଠୀ, ପ୍ରଣବ ପୁହାଣ, ଦୀଲିପ କୁମାର ନାୟକ, ବିପିନୀ ମହାନ୍ତ ପ୍ରମୁଖ କଂ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ୩ ଶହରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA