ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ଚମ୍ପୁଆ, ୧୦ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ଉପଖଣ୍ଡ ଯୋଡ଼ା ବ୍ଲକ ପ୍ରାଙ୍ଗଣରେ ବୁଧବାର ଦିନ ସମସ୍ତ ପଂଚାୟତ ଏବଂ ଯୋଡ଼ା ପୌରପାଳିକା କୁ ନେଇ ଏକ ସ୍ୱତନ୍ତ୍ର ଭିନ୍ନକ୍ଷମ ସ୍ୱାସ୍ତ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରର ଉଦ୍ଦେଶ୍ୟ ଥିଲା ଭିନ୍ନକ୍ଷମ, ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ନିଶୁ
ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ


ଚମ୍ପୁଆ, ୧୦ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ଉପଖଣ୍ଡ ଯୋଡ଼ା ବ୍ଲକ ପ୍ରାଙ୍ଗଣରେ ବୁଧବାର ଦିନ ସମସ୍ତ ପଂଚାୟତ ଏବଂ ଯୋଡ଼ା ପୌରପାଳିକା କୁ ନେଇ ଏକ ସ୍ୱତନ୍ତ୍ର ଭିନ୍ନକ୍ଷମ ସ୍ୱାସ୍ତ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରର ଉଦ୍ଦେଶ୍ୟ ଥିଲା ଭିନ୍ନକ୍ଷମ, ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ନିଶୁଳ୍କ ଚିକିତ୍ସା, ପରୀକ୍ଷା ଓ ପରାମର୍ଶ ପ୍ରଦାନ କରିବା। ସକାଳୁ ମୋଟ ୧୬୧ ଜଣଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ପରୀକ୍ଷା କରାଇଥିବା ବେଳେ ଶିବିରରେ ୮୩ ଜଣ ନୂତନ ୟୁ.ଡି.ପରିଚୟ ପତ୍ର ପାଇଁ ଚିନ୍‌ହଟ ହୋଇଥିଲେ। ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରଧାନ ଡାକ୍ତରମାନେ, ବିଶେଷଜ୍ଞ ସର୍ଜନ୍‌, ଫିଜିଓଥେରାପିଷ୍ଟ ଓ ପାରାମେଡିକଲ୍ ଷ୍ଟାଫ୍‌ମାନେ ଅଂଶଗ୍ରହଣ କରିଥିଲେ। ସେମାନେ ଭିନ୍ନକ୍ଷମ ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ସୁବିଧା, ପ୍ରାଥମିକ ଚିକିତ୍ସା, ନିଶୁଳ୍କ ଔଷଧ ବଂଟନ ସହିତ ଆବଶ୍ୟକ ପରୀକ୍ଷା କରିଥିଲେ। ସେଥିପାଇଁ ଶିବିରରେ ଅନେକ ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗ, କାନ ସୁଣିବା ଯନ୍ତ୍ର, ହ୍ୱିଲଚେୟାର, ବାକିଙ୍ଗ୍ ଷ୍ଟିକ୍ ଓ ଅନ୍ୟାନ୍ୟ ସାହାୟକ ସାମଗ୍ରୀ ବଂଟନ ପାଇଁ ଚିନ୍‌ହଟ କରି ଆଗାମୀ ୧୫ ତାରିଖ ବ୍ଲକରେ ଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଦିନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଯୋଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାନିଷ ବେହେରା କହିଥିଲେ ଯେ “ସମାଜରେ ଦୀବ୍ୟାଙ୍ଗ ଏବଂ ଭିନ୍ନକ୍ଷମ ମାନେ କେବଳ ସହାନୁଭୂତିର ପାତ୍ର ନୁହେଁ, ସେମାନଙ୍କୁ ସମାନ ଅଧିକାର ଓ ସୁଯୋଗ ଦେବାକୁ ଆମ ସମସ୍ତଙ୍କର କର୍ତବ୍ୟ। ଏହି କାର୍ଯ୍ୟକ୍ରମ ରେ ଯୋଡ଼ା ବ୍ଲକ ଅଂଚଳର ସମସ୍ତ ସରପଂଚ, ସମିତି ସଭ୍ୟ, ଯୋଡ଼ା ପୌରପାଳିକା ରଉପନଗରପାଳ, ସମସ୍ତ ୱାର୍ଡ ମେମ୍ବର ସମେତ ବ୍ଲକର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande